fbpx

କାନ୍ସ ଫିଲ୍ମ ଫେଷ୍ଟିଭାଲରେ ସର୍ବଶ୍ରେଷ୍ଠ ଫିଲ୍ମର ଟାଇଟଲ୍ ହାସଲ କଲା ‘Titane’

ନୂଆଦିଲ୍ଲୀ: ୭୪ ତମ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ପୁରସ୍କାର ଘୋଷଣା କରାଯାଇଛି । ଫିଲ୍ମ ‘ଟାଇଟେନ୍’ ର ଝଲକ କାନ୍ସ ଫିଲ୍ମ ଫେଷ୍ଟିଭାଲ ୨୦୨୧ ରେ ଦେଖିବାକୁ ମିଳିଥିଲା । ସେକ୍ସ ଏବଂ ରକ୍ତପାତରେ ପରିପୂର୍ଣ୍ଣ ଏହି ଚଳଚ୍ଚିତ୍ରଟି ଶ୍ରେଷ୍ଠ ଚଳଚ୍ଚିତ୍ର ପାଇଁ ପୁରସ୍କୃତ ହୋଇଛି । ଆଉ ଏଥିସହିତ ଫିଲ୍ମର ନିର୍ଦ୍ଦେଶକ ଜୁଲିଆ ଡୁକୋର୍ନା ପାଲ୍ମ ଡି’ଅର୍ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଶ୍ରେଷ୍ଠ ପୁରସ୍କାର ଜିତିବାରେ ଦ୍ୱିତୀୟ ମହିଳା ନିର୍ଦ୍ଦେଶକ ହୋଇଛନ୍ତି ଏବଂ ଏକାକୀ ଟାଇଟଲ୍ ଜିତିଥିବା ପ୍ରଥମ ମହିଳା ସ୍ଥାନ ମଧ୍ୟ ହାସଲ କରିଛନ୍ତି ।

ଜୁଲିଆ ଡୁକୋର୍ନାଙ୍କର ଏହା ହେଉଛି ଦ୍ୱିତୀୟ ଫିଚର୍ ଫିଲ୍ମ । ଏହା ହେଉଛି ମହିଳା ହତ୍ୟାକାରୀଙ୍କର କଥା । ଯିଏକି ଛୋଟ ବେଳରୁ ହିଁ ସଡ଼କ ଦୁର୍ଘଟଣାରୁ ବଞ୍ଚିବା ପରେ ପ୍ରେମରେ ପଡ଼ିଯାଉଛନ୍ତି । ତେବେ ଗୋଟେ ପଟେ ସର୍ବଶ୍ରେଷ୍ଠ ଫିଲ୍ମର ପୁରସ୍କାର ଟାଇଟାନ୍ କୁ ମିଳିଲା ସେହିପରି ଅନ୍ୟପଟେ ସର୍ବଶ୍ରେଷ୍ଠ ଅଭିନେତା ଟାଇଟଲ୍ ଜିଣିଥିଲେ କାଲେବ୍ ଲେଣ୍ଡ୍ରୀ ଜୋନ୍ସ । ଏଥିସହିତ ସର୍ବଶ୍ରେଷ୍ଠ ଅଭିନେତ୍ରୀର ଟାଇଟଲ୍ କୁ ନିଜ ନାମରେ କରିଥିଲେ ନାର୍ବେ କୀ ରୀନ୍ସେୱେ ।

Get real time updates directly on you device, subscribe now.