fbpx

EVMରେ ହେବ ପୌର ନିର୍ବାଚନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚଳିତ ଥର ପୌର ନିର୍ବାଚନ ଇଲୋକ୍ଟ୍ରୋନିକ୍ ଭୋଟିଂ ମେସିନ୍ ଇଭିଏମ୍ ରେ ହେବ । ସର୍ବଦଳୀୟ ବୈଠକ ଅବସରରେ ରାଜ୍ୟ ନିର୍ବାଚନ କମିଶନର ଏହି ସୂଚନା ଦେଇଛନ୍ତି । ଗୋଟିଏ ବୁଥ୍ ରେ ୨ଟି ଲେଖାଏଁ ଇଭିଏମ୍ ରଖାଯିବ ବୋଲି କହିଛନ୍ତି ନିର୍ବାଚନ କମିଶନ । ଏତଦବ୍ୟତୀତ ନିର୍ବାଚନ କମିଶନ କହିଛନ୍ତି ଯେ, ଗୋଟିଏ ଇଭିଏମ୍ କାଉନସିଲର୍/କର୍ପୋରେଟର୍ ଙ୍କୁ ଭୋଟ୍ ପାଇଁ ଉଦ୍ଦିଷ୍ଟ ରହିବ । ଅନ୍ୟ ଇଭିଏମଟି ପୌରାଧ୍ୟକ୍ଷ/ମେୟର୍ ଙ୍କୁ ଭୋଟ୍ ଦେବାକୁ ଉଦ୍ଦିଷ୍ଟ୍ ରହିବ ।

Get real time updates directly on you device, subscribe now.