fbpx

ପୌର ନିର୍ବାଚନ: ୨୨ ଜଣ ମେୟର ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ନାକଚ

ଭୁବନେଶ୍ୱର: ରାଜ୍ୟରେ ପୌର ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି ହୋଇଛି । ଏହା ମଧ୍ୟରେ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ସରିଥିବାବେଳେ । ବୁଧବାର ଆସିଛି ନାମାଙ୍କନ ପତ୍ର ଯାଞ୍ଚ ଫଳାଫଳ ।

ପୌର ନିର୍ବାଚନ ପାଇଁ ଦାଖଲ ହୋଇଥିବା ନାମାଙ୍କନ ପତ୍ର ମଧ୍ୟରୁ  ମେୟର ପଦବୀ ପାଇଁ ଆବେଦନ କରିଥିବା ୨୨ ପ୍ରାର୍ଥୀଙ୍କ ପ୍ରାର୍ଥୀ ପତ୍ର ନାକଚ ହୋଇଛି । ସେହିପରି କାଉନସିଲର/କର୍ପୋରେଟର ପଦବୀ ପାଇଁ ଆବେଦନ କରିଥିବା ୭୮ ଜଣ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର ନାକଚ ହୋଇଛି ।

ଉଲ୍ଲେଖଯୋଗ୍ୟ, ଆସନ୍ତା ମାର୍ଚ୍ଚ ୨୪ରେ ରାଜ୍ୟରେ ପୌର ନିର୍ବାଚନ ହେବାକୁ ଯାଉଛି । ୧୦୬ ଏନଏସି/ ଏବଂ ୩ ମହାନଗର ନିଗମ ପାଇଁ ନିର୍ବାଚନ ହେବ ।

Get real time updates directly on you device, subscribe now.