fbpx

ଘୁଷୁରିର ହୃଦୟ ନେଇ ବଞ୍ଚିଥିବା ବ୍ୟକ୍ତିଙ୍କ ମୃତ୍ୟୁ: ୨ ମାସ ତଳେ ହୋଇଥିଲା ଅପରେସନ

ନୂଆଦିଲ୍ଲୀ: ଆମେରିକାରେ ଘୁଷୁରି ହୃଦୟ ଲାଗିଥିବା ବ୍ୟକ୍ତିଙ୍କର ଆଜି ମୃତ୍ୟୁ ଘଟିଛି । ଏ ନେଇ ସର୍ଜରୀ କରାଇଥିବା ମେରିଲେଣ୍ଡ ହସ୍ପିଟାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଡାଭିଡ ବେନେଟ ନାମକ ଏହି ଯୁବକଙ୍କର ମୃତ୍ୟୁର କାରଣ ଜଣାଇ ନାହାନ୍ତି ଡାକ୍ତର । କିନ୍ତୁ କିଛି ଦିନ ତଳେ ସେ ଅସୁସ୍ଥ ଅନୁଭବ କରିଥିଲେ ଏବଂ ଡାକ୍ତରଭ୍କ ପରାର୍ମା ନେଇଥିଲେ । ଫଳରେ ଡାକ୍ତର ତାଙ୍କ ଚିକିତ୍ସା ମଧ୍ୟ ଆରମ୍ଭ କରି ଦେଇଥିଲେ । କିନ୍ତୁ ଆଜି ଚିକିତ୍ସିତ ଅବସ୍ଥାରେ ପ୍ରାଣ ହରାଇଛନ୍ତି ଡାଭିଡ ।

Pig heart transplant: Dave Bennett recovering, exceeding expectations

ଉଲ୍ଲେଖଯୋଗ୍ୟ, ଗତ ଦୁଇ ମାସ ପୂର୍ବେ ସର୍ଜରୀ କରାଯାଇ ଡାଭିଡଙ୍କ ଦେହରେ ଘୁଷୁରି ହୃଦୟ ଲଗାଯାଇଥିଲା । ଅପରେସନର ସଫଳତା ପରେ ଡାଭିଡ ହସ୍ପିଟାଲ କର୍ତ୍ତୃପକ୍ଷଙ୍କର ଖୁବ ପ୍ରଶଂସା କରିଥିଲେ । ଏବଂ ଅଙ୍ଗର ଅଭାବକୁ ଦୂର କରିବା ପାଇଁ ସେମାନଙ୍କ ଚେଷ୍ଟାରେ ଏହା ଖୁବ ସହାୟକ ହେବ ବୋଲି ପରିବାର ଆଶା କରୁଛନ୍ତି । ଜାନୁୟାରୀ ୭ରେ ଡାଭିଡଙ୍କର ସର୍ଜରୀ କରାଯାଇଥିଲା ।

Get real time updates directly on you device, subscribe now.