fbpx
BSKY
BJD SHG SKY
BJD MC SKY

ୟୁପି ନିର୍ବାଚନ ଫଳାଫଳ ପୂର୍ବରୁ ନିର୍ବାଚନ ଆୟୋଗଙ୍କ ବଡ଼ ନିଷ୍ପତ୍ତି: ବାରଣାସୀ-ମେରଠରେ ରହିବେ ସ୍ୱତନ୍ତ୍ର ଅଧିକାରୀ, କରିବେ ଏହି କାମ

ବାରଣାସୀ: ଗୁରୁବାର ଆସିବାକୁ ଯାଉଛି ଉତ୍ତର ପ୍ରଦେଶ ନିର୍ବାଚନ ଫଳାଫଳ । ଏହା ପୂର୍ବରୁ ନିର୍ବାଚନ ଆୟୋଗ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଦିଲ୍ଲୀରେ ମୁଖ୍ୟ ନିର୍ବାଚନ ଆୟୋଗ ଉତ୍ତର ପ୍ରଦେଶ ବିଧାନସଭାରେ ଅନିୟମିତତା ନେଇ ବିରୋଧୀଙ୍କ ଅଭିଯୋଗ ମଧ୍ୟରେ ମେରଠ ଏବଂ ବାରଣାସୀ ରେ ମତଗଣା ଉପରେ ନଜର ରଖିବାକୁ ବୁଧବାର ସ୍ୱତନ୍ତ୍ର ଅଧିକାରୀ ନିଯୁକ୍ତ କରିଛନ୍ତି ।

ଦିଲ୍ଲୀ ମୁଖ୍ୟ ନିର୍ବାଚନ ଅଧିକାରୀ ମେରଠରେ ଭୋଟଗଣନା ଏବଂ ବାରଣାସୀରେ ବିହାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ପଠାଯାଇଛି । ଭୋଟଗଣନା ଗୁରୁବାର ସକାଳ ୮ଟାରୁ ଆରମ୍ଭ ହେବ । ଆୟୋଗ କହିଛନ୍ତି ଯେ ମତଗଣନା ଯେପରି ସୁରୁଖୁରୁରେ ହେବ ସେଥିପାଇଁ ୬୭୧ ପର୍ଯ୍ୟବେକ୍ଷକ, ୧୩୦ ପୋଲିସ ପର୍ଯ୍ୟବେକ୍ଷକ ଏବଂ ୧୦ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ନିୟୋଜିତ ରହିବେ ।

Get real time updates directly on you device, subscribe now.