fbpx

ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ !

ସୁନ୍ଦରଗଡ଼, ୨୩ା୧(ଓଡ଼ିଶା ଭାସ୍କର): ରାଜ୍ୟ ହେଉ କିମ୍ବା ଦେଶ ଚାରିଆଡ଼େ ବର୍ତ୍ତମାନ ଦୁଷ୍କର୍ମ ଓ ହତ୍ୟା ଭଳି ଜଘନ୍ୟ କାଣ୍ଡ ଦେଖିବାକୁ ମିଳିଛି । ଏହାରି ମଧ୍ୟରେ ସୁନ୍ଦରଗଡ଼ କୁତ୍ରାର ଗମାଡିହିରେ ଅଜଣା ଯୁବତୀର ମୃତଦେହ ଉଦ୍ଧାର ହୋଇଥିବା ସୂଚନା ମିଳିଛି । ବିଜୁ ଏକ୍ସପ୍ରେସ ୱେ ନିକଟ ବିଲରୁ ମୃତଦେହ ଉଦ୍ଧାର କରିଛି କୁତ୍ରା ପୋଲିସ । ଯୁବତୀଙ୍କ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ନେଇ ସନ୍ଦେହ କରାଯାଉଛି । ଏନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.