fbpx

କଟକର ନବକଳେବର ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା

କଟକ, ୨୩ା୧(ଓଡ଼ିଶା ଭାସ୍କର): କଟକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଡ଼ ଘୋଷଣା କରିଛନ୍ତି । ସେ କହିଛନ୍ତି କଟକ ସହରର ନବକଳେବର ପାଇଁ ପ୍ରସ୍ତୁତ ହେବ ସ୍ୱତନ୍ତ୍ର ଯୋଜନା । ଏହି ଯୋଜନା ପ୍ରସ୍ତୁତି ବେଳେ ଲୋକଙ୍କ ମତାମତକୁ ଗୁରୁତ୍ୱ ଦିଆଯିବ । ଅଭିଜ୍ଞ ସହରାଞ୍ଚଳ ଯୋଜନା ପ୍ରସ୍ତୁତିକାରୀଙ୍କୁ ନିୟୋଜିତ କରାଯିବ । ମହାନଦୀ ପଠାରେ ୨୪୪ ଏକର ଜମିକୁ ଉପଯୋଗ କରାଯିବ । ଏହାସହ ଟ୍ରାଫିକ ସମସ୍ୟା ଦୂର ପାଇଁ ରିଂ ରୋଡ଼କୁ ୬ଲେନ କରାଯିବ । ମାର୍ଚ୍ଚରେ ଏସସିବି ମେଡ଼ିକାଲ କଲେଜର ଉନ୍ନତିମୂଳକ କାର୍ଯ୍ୟ ଆରମ୍ଭ ହେବ । କ୍ରୀଡ଼ା, ସାଂସ୍କୃତିକ ନିର୍ବାଣ ସହ ସବୁଜ ବଳୟ ସୃଷ୍ଟି କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହାସହ କଟକବାସୀଙ୍କ ସକ୍ରିୟ ସହଯୋଗ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ  ।

Get real time updates directly on you device, subscribe now.