fbpx

ଏଣିକି କଲେଜ ପରିଚାଳନାରେ ରହିବେନି ବିଧାୟକ

ଭୁବନେଶ୍ୱର,୨୩ ।୧(ଓଡିଶା ଭାସ୍କର): ଏଣିକି କଲେଜ କରିଚାଳନା କମିଟିରେ ରହିବେନି ସ୍ଥାନୀୟ ବିଧାୟକ । ଖୁବଶୀଘ୍ର ଏନେଇ ବିଜ୍ଞପ୍ତି ପ୍ରକାଶ କରିବ ଉଚ୍ଚଶିକ୍ଷା ବିଭାଗ । ଏଣିକି ପରିଚାଳନା କମିଟିରେ ଅଭିଭାବକମାନଙ୍କୁ ସାମିଲ କରାଯିବ । ସେହିପରି ସରକାରୀ ଅଧ୍ୟାପକମାନେ ଘରୋଇ ଭାବେ ପଢାଇପାରିବେନି । ଯଦି କୌଣସି ସ୍ଥାନରେ ପଢାଉଥିବାର ଧରାପଡନ୍ତି, ତେବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏଭଳି ସମ୍ପର୍କରେ ଜଣାଇବାକୁ ଅଭିଭାବକଙ୍କୁ ଆହ୍ୱାନ ଦିଆଯାଇଛି । ଏନେଇ ଅଭିଭାବକ ମହାସଂଘର ଆଲୋଚନାଚକ୍ରରେ ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.