fbpx

ନିର୍ଭୟା ମାମଲା, ଫାଶୀ ପୂର୍ବରୁ ପଚରାଗଲା ଶେଷ ଇଚ୍ଛା

ନୂଆଦିଲ୍ଲୀ, ୨୩ା୧: ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଫାଶୀ ପୂର୍ବରୁ ୪ ନିର୍ଭୟା ଦୋଷୀଙ୍କୁ ଶେଷ ଇଚ୍ଛା ପଚରାଯାଇଛି । ଶେଷ ଇଚ୍ଛାକୁ ପଚାରି ବୁଝିଛନ୍ତି ତିହାର ଜେଲ କର୍ତ୍ତୃପକ୍ଷ । ଏହାସହ ସମ୍ପର୍କୀୟଙ୍କ ସହ ଦେଖା କରିବା ନେଇ ପଚାରି ବୁଝିଛନ୍ତି ଜେଲ କର୍ତ୍ତୃପକ୍ଷ । ମୃତ୍ୟୁ ପୂର୍ବରୁ ଧାର୍ମିକ ପୁସ୍ତକ ପଢ଼ିବାକୁ ଚାହୁଁଛନ୍ତି କି ବୋଲି ପ୍ରଶ୍ନ ମଧ୍ୟ କରାଯାଇଛି ।
ଉଲ୍ଲେଖଯୋଗ୍ୟ ଯେ ନିର୍ଭୟା ମାମଲାର ୪ଦୋଷୀଙ୍କ ମଧ୍ୟରୁ ମୁକେଶ ରାଜକ୍ଷମା ପାଇଁ ଆବେଦନ କରିଥିଲା । ମୁକେଶର ରାଜକ୍ଷମା ଆବେଦନକୁ ଖାରଜ କରିିଥିଲେ ରାଷ୍ଟ୍ରପତି । ରାଷ୍ଟ୍ରପତି ଭବନ ପକ୍ଷରୁ ଗୃହ ମନ୍ତ୍ରାଳୟକୁ ଅବଗତ କରାଯାଇଥିଲା । ଏହାସହ ଫାଶୀଦଣ୍ଡ ବଜାୟ ରଖିବାକୁ ପରାମର୍ଶ ଦିଆଯାଇଥିଲା । ତେଣୁ ପଟିଆଲା ହାଉସ କୋର୍ଟ ପକ୍ଷରୁ ନୂଆ ଡ଼େଥ ୱାରେଣ୍ଟ ଜାରି କରାଯାଇଥିଲା । ଜାନୁଆରି ୨୨ତାରିଖ ବଦଳରେ ଫେବୃଆରୀ ୧ ତାରିଖ ଦିନ ସକାଳ ୬ଟାରେ ଅକ୍ଷୟ, ପୱନ, ବିନୟ, ମୁକେଶ ୪ଦୋଷୀଙ୍କୁ ଫାଶୀ ଦିଆଯିବ । ତିହାର ଜେଲରେ ସେମାନଙ୍କୁ ଫାଶୀ ଦିଆଯିବା ସହ ପ୍ରସ୍ତୁତି ଚୂଡ଼ାନ୍ତ ରୂପ ନେଇଥିବା ସୂଚନା ରହିଛି।

Get real time updates directly on you device, subscribe now.