fbpx

ରାଜଧାନୀରେ ବିଳମ୍ବିତ ରାତ୍ରିରେ ମର୍ଡର: ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତର, ଅନାଥ ହୋଇଗଲା ଏକମାତ୍ର ସନ୍ତାନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁଣି ରାଜଧାନୀ ଭୁବନେଶ୍ୱର ଅସୁରକ୍ଷିତ ହୋଇପଡ଼ିଛି । ବିଳମ୍ବିତ ରାତ୍ରିରେ ଦୁର୍ବୃତ୍ତମାନେ ଏକ ପରିବାରକୁ ଟାର୍ଗେଟ କରି ଆକ୍ରମଣ କରିଛନ୍ତି । ଦୁର୍ବୃତ୍ତଙ୍କ ଛୁରାମାଡ଼ରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଥିବା ବେଳେ ତାଙ୍କର ପତ୍ନୀ ଗୁରୁତର ହୋଇଛନ୍ତି । ପତ୍ନୀ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ରହିଥିବା ବେଳେ ପତିଙ୍କର ଶବ ରାଜଧାନୀ ଭୁବନେଶ୍ୱରର ପିଏମଜି ନିକଟ ଏକ ଏଟିଏମ୍ ପାଖରେ ପଡ଼ିରହିଛି ।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଛାନଭିନ୍ ଆରମ୍ଭ କରିଦେଇଛି । କେଉଁ କାରଣ ପାଇଁ ଓ କିଏ କାହିଁକି ଦମ୍ପତିଙ୍କୁ ଆକ୍ରମଣ କଲା ସେନେଇ କୌଣସି ସଠିକ୍ ତଥ୍ୟ ମିଳିପାରିନାହିଁ । ଉକ୍ତ ଦମ୍ପତିଙ୍କ ଏକମାତ୍ର ଛୁଆକୁ ଚାଇଲ୍ଡ ଲାଇନକୁ ହସ୍ତାନ୍ତର କରାଯାଇଛି ।

ସୂଚନାଯୋଗ୍ୟ ଯେ, ଦିନକୁ ଦିନ ରାଜଧାନୀ ଭୁବନେଶ୍ୱରରେ ହତ୍ୟା, ଲୁଟ୍, ଅପହରଣ, ରାଜାଜାନୀ ଆଦି ଘଟଣା ବଢ଼ିବାରେ ଲାଗିଛି । ଏନେଇ ବିଭିନ୍ନ ମହଲରୁ ବାରମ୍ବାର ଦାବି କରାଯାଇଥିଲେ ହେଁ କୌଣସି ସୁଫଳ ମିଳି ପାରୁନାହିଁ । ନିକଟରେ ମଞ୍ଚେଶ୍ୱର ସ୍ଥିତ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆରୁ ଏକ ଏଟିଏମ୍ ବ୍ୟାଟେରୀ ଚୋରି ହୋଇଥିବା ନେଇ ଭିଡିଓ ସିସିଟିଭିରେ କଏଦ ହୋଇଥିଲା ।

Get real time updates directly on you device, subscribe now.