fbpx

ନବ ଦାସଙ୍କ ହତ୍ୟାକୁ ମାସେ ପୂରିନି: ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ହତ୍ୟା ଧମକ ଦେଲେ ପୋଲିସ କନଷ୍ଟେବଳ

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ମାସ ୨୯ ତାରିଖରେ ରାଜ୍ୟର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଏଏସଆଇ ଗୋପାଳ ଦାସ ଗୁଳି କରି ହତ୍ୟା କରିଥିଲେ । ଶ୍ରୀ ଦାସ ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଗସ୍ତରେ ଯାଇଥିବା ସମୟରେ ଏକ କାର୍ଯ୍ୟକ୍ରମ ଅବସରରେ ଗୋପାଳ ତାଙ୍କ ଉପରକୁ ଗୁଳି ଚଳାଇଥିଲେ । ତେବେ ଏହା ମଧ୍ୟରେ ଗୋପାଳଙ୍କୁ ରିମାଣ୍ଡରେ ନେଇ ପଚରାଉଚରା କରାଯିବା ସହ ନାର୍କୋ ଟେଷ୍ଟ ସରିଛି ।

ଗୋପାଳ ଏବେ ଜେଲରେ ରହିଥିବା ବେଳେ ଏହି ହତ୍ୟାକାଣ୍ଡକୁ ନେଇ ସାରା ରାଜ୍ୟରେ ରାଜନୀତି ଆରମ୍ଭ ହୋଇଯାଇଛି । ଶାସକ ବିଜେଡି ଓ ବିରୋଧୀ ବିଜେପି ପରସ୍ପର ଉପରେ ଦୋଷାରୋପ କରିବାରେ ଲାଗି ପଡ଼ିଛନ୍ତି । ଜଣେ କର୍ତ୍ତବ୍ୟରତ ସୁରକ୍ଷା କର୍ମୀ ଜଣେ ରାଜନେତାଙ୍କୁ ହତ୍ୟା କରିବା ଘଟଣା କେବଳ ଓଡ଼ିଶା ନୁହେଁ ସାରା ଭାରତରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ତେବେ ଏହା ମଧ୍ୟରେ ପୁଣି ଏକ ବଡ଼ ଖବର ସାମ୍ନାକୁ ଆସିଛି ।

ସୂଚନା ମୁତାବକ, ଝାରସୁଗୁଡ଼ା ଜିଲ୍ଲା କୋଲାବିରା ଥାନାରେ କାର୍ଯ୍ୟରତ ଜଣେ କନଷ୍ଟେବଳ ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ହତ୍ୟା ଧମକ ଦେଇଛନ୍ତି । କନଷ୍ଟେବଳ ଜଣଙ୍କ ଥାନା ଭିତରେ ପାଟିତୁଣ୍ଡ କରିବାରୁ ତାଙ୍କୁ ଅନ୍ୟତ୍ର ବଦଳି କରାଯାଇଛି । ଏଥିସହିତ ତାଙ୍କଠାରୁ ସର୍ଭିସ୍ ବନ୍ଧୁକ ମଧ୍ୟ ପ୍ରତ୍ୟାହାର କରିନେଇଛନ୍ତି । ଜିଲ୍ଲା ଏସପି । କନଷ୍ଟେବଳ କହିଛନ୍ତି, ଅନୁପ ତାଙ୍କ ପରିବାରର ବହୁତ କ୍ଷତି କରିଛନ୍ତି, ତେଣୁ ସୁଯୋଗ ମିଳିଲେ ସେ ତାଙ୍କୁ ଛାଡ଼ିବେ ନାହିଁ । ସୁଯୋଗ ମିଳିଲେ ଅନୁପଙ୍କୁ ଗୁଳି କରିଦେବେ । ସୂଚନାଯୋଗ୍ୟ ଯେ, ଗତ ୨୦୧୬ରେ ବ୍ରଜରାଜନଗର ଅଞ୍ଚଳର କଳ୍ପନା ଦାସ ଓ ତାଙ୍କ ଝିଅଙ୍କୁ ହତ୍ୟା କରାଯାଇଥିଲା । ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତି ନେଇ ଅନୁପ ଦୋଷୀ ସାବ୍ୟସ୍ତ ହୋଇ ଜେଲଦଣ୍ଡାଦେଶ ଭୋଗିଥିଲେ । ଉକ୍ତ ପୋଲିସ କନଷ୍ଟେବଳଙ୍କ ସମ୍ପର୍କୀୟ ଭାଇ ହେଉଛନ୍ତି କଳ୍ପନା । ଏହି ଘଟଣାକୁ ନେଇ ରାଜ୍ୟରେ ପୁଣି ଥରେ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି ।

Get real time updates directly on you device, subscribe now.