fbpx

ଦମଦାର ପ୍ରଦର୍ଶନ ପରେ ବି ଦଳରୁ ବାଦ୍ ପଡିଲେ ଏହି ଖେଳାଳି: ଦିନିକିଆ ସିରିଜରେ ମିଳିଲାନି ସୁଯୋଗ

Advertisement

ନୂଆଦିଲ୍ଲୀ: ବର୍ଡର ଗାଭାସ୍କର ଟ୍ରଫି ପରେ ଅଷ୍ଟ୍ରେଲିଆ ବିପକ୍ଷରେ ଦିନିକିଆ ସିରିଜ ଖେଳିବ ଭାରତ । ୩ ମ୍ୟାଚ ବିଶିଷ୍ଟ ଏହି ଦିନିକିଆ ସିରିଜ ପାଇଁ ବିସିସିଆଇ ତରଫରୁ ଭାରତୀୟ ଦଳ ଘୋଷଣା ହୋଇଛି । ଏହି ସିରିଜରେ ପୁଣିଥରେ କିଛି ଖେଳାଳିଙ୍କୁ ଦିଆଯାଇଛି । ପୂର୍ବ କିଛି ମ୍ୟାଚରେ ଦମଦାର ପ୍ରଦର୍ଶନ ପରେ ମଧ୍ୟ ଦଳରୁ ବାରମ୍ବାର ବାଦ୍ ପଡୁଛନ୍ତି ଏହି ଖେଳାଳି । ତେବେ ଆସନ୍ତୁ ଜାଣିବା ଦିନିକିଆ ସିରିଜ ପାଇଁ କ’ଣ ରହିଛି ଭାରତୀୟ ଦଳ ।

ଅଷ୍ଟ୍ରେଲିଆ ବିପକ୍ଷ ଏହି ଦିନିକିଆ ସିରିଜରେ କିଛି ଖେଳାଳିଙ୍କ କମବ୍ୟାକକୁ ନେଇ ଆଶା ବାନ୍ଧି ବାସିଥିଲେ ପ୍ରଶଂସକ । କିନ୍ତୁ ବିସିସିଆଇ ପୁଣିଥରେ ସେମାନଙ୍କୁ ନିରାଶ କରିଛି । ଦଳରେ ପୁଣିଥରେ ସେମାନେ ସ୍ଥାନ ପାଇବାରୁ ବଞ୍ଚିତ ହୋଇଛନ୍ତି । ଏହି ତାଲିକାରେ ଶିଖର ଧୱନ, ସଞ୍ଜୁ ସାମସନ ଏବଂ ଭୁବନେଶ୍ୱର କୁମାରଙ୍କ ଭଳି ନାମ ସାମିଲ ରହିଛି ।

ଭାରତୀୟ ଦଳର ଷ୍ଟାର ଓପନର ଶିଖର ଧୱନ ଏବେ ଦଳରେ ସ୍ଥାନ ପାଇବା ପାଇଁ ଅପେକ୍ଷା କରୁଥିବା ଦେଖିବାକୁ ମିଳୁଛି । ସମସ୍ତ ଫର୍ମାଟରେ ଖେଳି ଶିଖର ଧୱନ ଭାରତ ପାଇଁ ଦମଦାର ପ୍ରଦର୍ଶନ କରିଛନ୍ତି । କିନ୍ତୁ ୫ ବର୍ଷ ତଳେ ସେ ଭାରତ ପକ୍ଷରୁ ଟେଷ୍ଟ ଖେଳିଥିବା ବେଳେ ଦିନିକିଆରେ ଆହତ ଖେଳାଳିଙ୍କ ବିକଳ୍ପ ଭାବେ ସେ ସ୍ଥାନ ପାଇଥିଲେ ।

ସେହିପରି ସଞ୍ଜୁ ସାମସନ ମଧ୍ୟ ଦଳରେ ସୁଯୋଗକୁ ଅପେକ୍ଷା କରିଛନ୍ତି । କେ.ଏଲ ରାହୁଲଙ୍କ ଖରାପ ଫର୍ମ ଯୋଗୁଁ ତାଙ୍କ ସ୍ଥାନରେ ସଞ୍ଜୁ ସାମସନଙ୍କୁ ଦଳରେ ସାମିଲ କରାଯିବା ନେଇ ଖୁବ ଚର୍ଚ୍ଚା ଲାଗି ରହିଥିଲା । କିନ୍ତୁ ବିସିସିଆଇ ତରଫରୁ ଦଳ ଘୋଷଣା ହେବା ପରେ ପ୍ରଶଂସକମାନଙ୍କୁ ପୁଣି ଏକ ଝଟକା ଲାଗିଛି । ସଞ୍ଜୁ ସାମସନଙ୍କୁ ପୁଣିଥରେ ଦଳ ବାହାରେ ରଖିଛି ବିସିସିଆଇ । ଭାରତ ପାଇଁ ୧୧ଟଇ ଦିନିକିଆରୁ ୩୩୦ ରନ କରିଛନ୍ତି ସଞ୍ଜୁ ।

ଏହାବ୍ୟତୀତ ଟିମ ଇଣ୍ଡିଆର ଷ୍ଟାର ବୋଲର ଭୁବନେଶ୍ୱର କୁମାରଙ୍କ ପରିସ୍ଥିତି ମଧ୍ୟ ସମାନ ରହିଛି । ଟି-୨୦ ବିଶ୍ୱକପରେ ଭଲ ପ୍ରଦର୍ଶନ ପରେ ମଧ୍ୟ ସେ ଦଳରେ ସୁଯୋଗ ପାଉନାହାନ୍ତି । ବିଶ୍ୱକପ ପରଠୁ ସେ ଲଗାତାର ଭାବେ ଦଳ ବାହାରେ ରହିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜରେ ତାଙ୍କର କମବ୍ୟାକ ହେବା ନେଇ ଆଶଙ୍କା ରହିଥିଲା । କିନ୍ତୁ ବିସିସିଆଇର ଘୋଷଣା ଏସବୁ ଆଲୋଚନା ଉପରେ ପୂର୍ଣ୍ଣଚ୍ଛେଦ ପକାଇଛି ।

ଦିନିକିଆ ସିରିଜ ପାଇଁ ଭାରତୀୟ ଦଳ:

ରୋହିତ ଶର୍ମା(ଅଧିନାୟକ), ଶୁଭମନ ଗିଲ, ବିରାଟ କୋହଲି, ଶ୍ରେୟସ ଆୟର, ସୂର୍ଯ୍ୟକୁମାର ଯାଦବ, କେ.ଏଲ ରାହୁଲ, ଇଶାନ କିଶାନ(ୱିକେଟ କିପର), ହାର୍ଦ୍ଦିକ ପାଣ୍ଡ୍ୟା(ଉପଅଧିନାୟକ), ରବିନ୍ଦ୍ର ଜାଡେଜା, କୁଳଦୀପ ଯାଦବ, ୱାଶିଂଟନ ସୁନ୍ଦର, ୟୁଜବେନ୍ଦ୍ର ଚହଲ, ମହମ୍ମଦ ଶାମୀ, ମହମ୍ମଦ ସିରାଜ, ଉମରାନ ମଲିକ, ଶାର୍ଦ୍ଦୁଳ ଠାକୁର, ଅକ୍ସର ପଟେଲ ଏବଂ ଜୟଦେବ ଉନାଦକଟ ।

Get real time updates directly on you device, subscribe now.