fbpx
BJD SKY
BJD SKY

ଏହି ଗଛର ଫୁଲ, ପତ୍ର ଏବଂ ଡାଳରେ ତିଆରି ହୁଏ ଔଷଧ, ଚାଷକରି ରୋଜଗାର କରନ୍ତୁ ଲକ୍ଷ ଲକ୍ଷ ଟଙ୍କା

BJD

ନୂଆଦିଲ୍ଲୀ: ପାରମ୍ପରିକ ଫସଲର ଲଗାତାର କ୍ଷତିକୁ ଆଖି ଆଗରେ ରଖି କୃଷକମାନେ ବର୍ତ୍ତମାନ ନୂଆ ଏବଂ ଲାଭ ଦାୟକ ଫସଲ ଉପରେ ଧ୍ୟାନ ଦେଉଛନ୍ତି । କୃଷକ ମାନଙ୍କ ମଧ୍ୟରେ ଔଷଧୀୟ ଫସଲର କ୍ଷତିକୁ ନେଇ ଆଗ୍ରହ ବଢୁଛି । ଦେଶରେ ବହୁ ସଂଖ୍ୟାରେ କୃଷକ ମାନେ ଗୁଲଖଇରା ଚାଷରେ ଲାଭ ଉଠାଉଛନ୍ତି । କୁହାଯାଉଛି ଯେ, ଗୁଲଖଇରା ଗଛର ଫୁଲ, ପତ୍ର ଏବଂ ଡ଼ାଳ ମଧ୍ୟରେ ସମସ୍ତ ଜିନିଷ ବଜାରରେ ଭଲ ଦରରେ ବିକ୍ରି କରାଯାଉଛି । ଗୁଲଖଇରାର ଫୁଲ ଦେଖିବାକୁ ବହୁତ ସୁନ୍ଦର ହୋଇଥାଏ । ଏହି ଗଛ ଉପରେ ଫୁଲ ଫୁଟିଥାଏ ଏବଂ ଏହାସହ ଗୋଟିଏ ଗଛରୁ ପାଖିପାଖି ଏକ ଡର୍ଜନର ଫୁଲ ବାହାରିଥାଏ । ଏହି ଫୁଲ ରଙ୍ଗୀନ ଏବଂ ଆକର୍ଷଣୀୟ ବୋଲି ଏହା ଅଧିକ ପ୍ରସିଦ୍ଧ ଅଟେ ।

ଗୁଲଖଇରାଫୁଲ ଏବଂ ପତ୍ର ବ୍ୟବହାର ପୁରୁଷଶକ୍ତି ବୃଦ୍ଧି ଔଷଧରେ ବ୍ୟବହାର କରାଯାଇଥାଏ । ଏହା ବ୍ୟତୀତ ଜ୍ୱର, କାଶ, ତଥା ଅନେକ ରୋଗ ପାଇଁ ବନାଯାଉଥିବା ଔଷଧରେ ବ୍ୟବହାର କରାଯାଇଥାଏ । ଏହି ଫୁଲ ବଜାରରେ କୁଇଣ୍ଟାଲ ପିଛା ଦଶ ହଜାର ଟଙ୍କାରେ ବିକ୍ରି କରାଯାଉଛି । ତେବେ ଗୁଲଖଇରା ଗଛ ଏକର ଜମିରେ ୧୫ କୁଇଣ୍ଟାଲ ଫୁଲ ବାହାର କରିଥାଏ । ଏଥିରେ ଆପଣ ସହଜରେ ଦେଢ ଲକ୍ଷ ଟଙ୍କା ଲାଭ କରିପାରିବେ । ସେହିପରି ଏହାର ମଞ୍ଜି, ପତ୍ର ଏବଂ ଡାଳକୁ ବିକ୍ରି କରି ଆପଣଙ୍କୁ ଅତିରିକ୍ତ ଲାଭ ମିଳି ପାରିବ ।

ଗୁଲଖଇରାର ଫୁଲ, ପତ୍ର ଏବଂ ଡାଳ ବ୍ୟବହାର ଯୌନ ଔଷଧ ପ୍ରସ୍ତୁତିକରଣରେ ବ୍ୟବହାର କରାଯାଇଥାଏ । ପାକିସ୍ତାନ ଏବଂ ଆଫଗାନିସ୍ଥାନ ପରି ଦେଶରେ ଏହି ଗଛର ଛାଷ ବହୁ ପରିମାଣରେ କରାଯାଇଥାଏ । ଧିରେଧିରେ ଭାରତରେ ଏହି ଚାଷ ବଢିବାରେ ଲାଗିଲାଣି । ଉତ୍ତର ପ୍ରଦେଶର କନୌଜ ଏବଂ ହରିଦ୍ୱାର ଅଂଚଳରେ ଏହି ଔଷଧୀୟ ଗଛକୁ ଲଗାଯାଇ ବ୍ୟବସାୟ କରାଯାଉଛି ।

Get real time updates directly on you device, subscribe now.