fbpx
BJD SKY
BJD SKY

କେବଳ ୫ ହଜାର ଟଙ୍କାରେ ଆରମ୍ଭ କରନ୍ତୁ ଏହି ବ୍ୟବସାୟ, ହେବ ବଢ଼ିଆ ଲାଭ

BJD

ଯଦି ଆପଣ କମ୍ ନିବେଶ ରେ ଭଲ ଲାଭ କରୁଥିବା ବ୍ୟବସାୟ କରିବାକୁ ଚାହୁଛନ୍ତି ତେବେ ଛତୁଚାଷ ଆପଣଙ୍କୁ ଏକ ଭଲ ଅପ୍ସନ ହୋଇପାରେ । ଏହାକୁ ଆପଣ କେବଳ ୫ ହଜାର ଟଙ୍କାରୁ ଆରମ୍ଭ କରିପାରିବେ । ଏହି ବିଜନେସରେ ଆପଣଙ୍କୁ ଅଧିକ ସାମଗ୍ରୀର ମଧ୍ୟ ଆବଶ୍ୟକତା ନାହିଁ । ତେବେ ଆସନ୍ତୁ ଜାଣିବା ଏହି ବ୍ୟବସାୟ ବିଷୟରେ ।

ଆଜିକାଲି ଛତୁ ଚାଷ କରିବା ବେଶ୍ ଲାଭଜନକ ହୋଇପଡ଼ିଛି । କାରଣ ଆଜିକା ସମୟରେ ଏହାର ଖୁବ୍ ଚାହିଦା ରହିଛି ଏଥିପାଇଁ ଲୋକମାନେ ଏହାକୁ ଘରେ ମଧ୍ୟ ଚାଷ କରିବା ଆରମ୍ଭ କରିଦେଇଛନ୍ତି । ଛତୁଚାଷ କରି ମାସରେ ଭଲ ଲାଭ ମଧ୍ୟ ହୋଇପାରିବ । ଏହି ବ୍ୟବସାୟକୁ ଆପଣ କମ୍ ନିବେଶରେ ମଧ୍ୟ କରିପାରିବେ ।

ଛତୁଚାଷ ପାଇଁ ଆପଣଙ୍କୁ ୪୦୦ ରୁ ୫୦୦ ସ୍କେ୍ୱୟାର ଫୁଟ୍ ଜାଗାର ଆବଶ୍ୟକ ରହିଛି । ଏଠାରେ ଆପଣଙକୁ କମ୍ପୋଜିଟ୍ ଏବଂ ବିହନର ମିଶ୍ରଣ ରଖିବାକୁ ହେବ । ଅର୍ଥାତ୍ ଏହି ବ୍ୟବସାୟ ପାଇଁ ଆପଣଙ୍କୁ ବହୁତ ଅଧିକ ଜାଗାର ମଧ୍ୟ ଆବଶ୍ୟକ ନାହିଁ ।

ଯଦି ଆପଣ ମଧ୍ୟ ଛତୁ ଚାଷ କରିବାକୁ ଚାହୁଛନ୍ତି ତେବେ ଆପଣଙ୍କୁ ବଜାରରୁ କମ୍ପୋଜିଟ୍ ମଧ୍ୟ ମଳିଯିବ । ଏହା ବ୍ୟତୀତ ଆପଣ ପ୍ରଥମରୁ ପ୍ରସ୍ତୁତ କମ୍ପୋଜିଟ୍ ମଧ୍ୟ କିଣିପାରିବେ । ଧ୍ୟାନ ରଖନ୍ତୁ ଏହାକୁ ଆପଣକୁ ଛାଇରେ ରଖିବାକୁ ହେବ ବା ରୁମରେ ରଖିବାକୁ ହେବ । ଏହାପେରେ ୨୦ ରୁ ୨୫

ଦିନ ମଧ୍ୟରେ ଛତୁ ଫୁଟିବା ଆରମ୍ଭ ହୋଇଯିବ ।

ଏହି ବ୍ୟବସାୟରେ ଆପଣଙ୍କୁ ଅଧିକ ନିବେଶ ମଧ୍ୟ କରିବାକୁ ପଡ଼ିନଥାଏ । ଏହି ବ୍ୟବସାୟ ଆରମ୍ଭ କରିବା ପାଇଁ ଅନେକ କୃଷି ସଂସ୍ଥା ଟ୍ରେନିଂ ମଧ୍ୟ ଦେଇଥାନ୍ତି । ଯେଉଁଥିରେ ଆପଣ ଏହି ବ୍ୟବସାୟକୁ ଭଲ ଭାବରେ କରିପାରିବେ । ଏହି ବ୍ୟବସାୟର ଖାସ୍ କଥା ହେଉଛି ଏଥିରେ ଆପଣ ନିଜ ବଜେଟ୍ ହିସାବରେ ନିବେଶ କରିପାରିବେ । ଧୀରେ ଧୀରେ ଏହାକୁ ଚାହିଲେ ଆପଣ ବଢ଼ାଇପାରିବେ ।

Get real time updates directly on you device, subscribe now.