fbpx

ସୋରିଷ, ବାଦାମ ନା ଅଲିଭ୍ ଅଏଲ୍; କେଉଁ ତେଲ ଶରୀରକୁ ଦିଏ ବେଶି ଫାଇଦା?

ଓଡ଼ିଶା ଭାସ୍କରା ବ୍ୟୁରୋ: ଏବେ ପର୍ବ ପର୍ବାଣୀ ଋତୁ ଚାଲିଛି । ତେଣୁ ଘରେ ଏବଂ ବାହାରେ ଲୋକମାନେ ନା ନା ପ୍ରକାରର ମିଠା ଏବଂ ଅନ୍ୟାନ୍ୟ ନୂଆ ନୂଆ ଖାଦ୍ୟ ତିଆରି ଖାଉଛନ୍ତି । ପ୍ରତିଦିନ ନୂଆ ନୂଆ ଡିସ୍ ତିଆରି ମଦ୍ୟ କରୁଛନ୍ତି । ତେଣୁ ଏହି ସମୟରେ ଖାଇବା ପ୍ରସ୍ତୁତ କରିବା ପାଇଁ ବିଭିନ୍ନ ପ୍ରକାରର ତେଲର ବ୍ୟବହାର କରାଯାଉଛି । ତେଣୁ ଆପଣ ମାନେ ଉପଯୁକ୍ତ ଖାଇବା ତେଲ ବାଛିବା ନିହାତି ଆବଶ୍ୟକ । ହେଲେ ବଜାରରେ ବର୍ତ୍ତମାନ ସମୟରେ ନା ନା ପ୍ରକାର ଭେଜାଲ୍ ତଥା ମିଶ୍ରଣଯୁକ୍ତ ତେଲ ବିକ୍ରି ହେଉଛି । ତେଣୁ ଏସବୁ ଭିତରେ ଆଜି ଆମେ ଜାଣିବା କେଉଁ ତେଲ ଆପଣଙ୍କ ଶରୀର ପାଇଁ ବେଶୀ ଉପଯୋଗୀ ।

ସୋରିଷ ତେଲ କିମ୍ବା ଖାଇବା ତେଲ, ଏହି ଦୁଇଟି ତେଲ ହେଉଛି ବୀଜରୁ ବାହାରୁଥିବା ତେଲ । ଏହାକୁ ମେସିନ୍ ରେ ପ୍ରୋସେସ୍ କରି ବାହାର କରାଯାଇଥାଏ । ରାନ୍ଧିବା କାର୍ଯ୍ୟରେ ବ୍ୟବହାର ହେଉଥିବା ଏହି ଦୁଇଟି ତେଲରେ ଅଧିକ ମାତ୍ରାରେ ଫ୍ୟାଟ୍ ଥାଏ । ଏଥିରେ ସାଚୁରେଟେଡ୍ ଫ୍ୟାଟ୍, ମୋନୋସାଚୁରେଟେଡ୍ ଫ୍ୟାଟ୍ ଏବଂ ପଲିଅନସାଚୁରେଟେଡ୍ ଫ୍ୟାଟି ଏସିଡ୍ ମିଳିଥାଏ । ତେବେ ପ୍ରତିବର୍ଷ ଖାଇବା ତଥା ରନ୍ଧା ତେଲକୁ ଅନେକ ରିପୋର୍ଟ ସାମନାକୁ ଆସିଥାଏ ।

ତେଲର ଅଧିକ ମାତ୍ରା ଶରୀର ପ୍ରତି ହାନିକାରକ ହୋଇଥାଏ । କାରଣ ଏଥିରେ ଫ୍ୟାଟ୍ ରହିଥାଏ । ତେଣୁ ଆମେ ଅଧିକ ତେଲଜାତୀୟ ଖାଦ୍ୟ ଠାରୁ ଦୂରେଇ ରହିଥାଉ । ଏହାଦ୍ୱାରା ଶରୀରରେ ଅନେକ ପ୍ରକାର ସମସ୍ୟା ଦେଖିବାକୁ ମିଳିଥାଏ । ବ୍ଲଡ ପ୍ରେସର୍ ଭଳି ରୋଗର ମଧ୍ୟ ଲୋକମାନେ ଶିକାର ହୋଇଥାନ୍ତି । ଏହା ପଛର କାରଣ ହେଲା ଫ୍ୟାଟି ଏସିଡ୍ ସିଙ୍ଗଲ୍ ବଣ୍ଡ ସହିତ ଯୋଡ଼ି ହୋଇରହିଥାଏ । ଯାହାକୁ ସାଚୁରେଟେଡ୍ ଫ୍ୟାଟ୍ କୁହାଯାଇଥାଏ ।

ତେଣୁ ବିଶେଷଜ୍ଞଙ୍କ କହିବାନୁସାରେ, ଯେଉଁ ତେଲରେ ସାଚୁରେଟେଡ୍ ଫ୍ୟାଟ୍ କମ୍ ଥାଏ ସେହି ତେଲକୁ ଖାଇବା ସ୍ୱାସ୍ଥ୍ୟ ପକ୍ଷେ ଭଲ । ଏହା ସହିତ ତେଲକୁ କମ୍ ମାତ୍ରାରେ ଖାଇବା ଦରକାର । ପଲିଅନସାଚୁରେଟେଡ୍ ଫ୍ୟାଟ୍ ଏବଂ ଓମେଗା-୩,୬ ଫ୍ୟାଟ୍ ଯୁକ୍ତତେଲ ଖାଇବା ଲାଭଦାୟକ ହୋଇଥାଏ । ଏହାଦ୍ୱାରା ରକ୍ତରେ କୋଲେଷ୍ଟ୍ରୋଲ୍ ର ସ୍ତର କମ୍ ହୋଇଥାଏ । ଏହାସହିତ ଶରୀରରେ ଜରୁରୀ ଫ୍ୟାଟି ଏସିଡ୍ ଏବଂ ଭିଟାମିନ୍ ମିଶିଯାଇଥାଏ । ଏକ ସର୍ଭେରୁ ଜଣାପଡ଼ିଛି ଯେ, ଅଲିଭ୍ ଅଏଲ୍ ର ବ୍ୟବହାର ହୃଦଜନିତ ରୋଗର ଆଶଙ୍କାକୁ ୫ ପ୍ରତିଶତ ପର୍ଯ୍ୟନ୍ତ କମ୍ କରିଦେଇଥାଏ । ଏହି ତେଲକୁ ଶରୀରକୁ ଅନେକ ଫାଇଦା ପହଞ୍ଚାଇଥାଏ ।

Get real time updates directly on you device, subscribe now.