fbpx
BJD
BJD SKY
BJD SKY

(Video) ମୋ ଛାଡ଼ପତ୍ର ଇତିହାସ ରଚିବ: ଏହା ଛାଡ଼ପତ୍ର ନୁହେଁ ଷଡ଼ଯନ୍ତ୍ର, କାନ୍ଦି କାନ୍ଦି କହିଲେ ଅନୁଭବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କେନ୍ଦ୍ରାପଡ଼ା ସାଂସଦ ତଥା ଓଲିଉଡ ଅଭିନେତା ଅନୁଭବ ମହାନ୍ତି ଓ ତାଙ୍କର ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ପାରିବାହିକ ବିବାଦ ବର୍ଷ ବର୍ଷ ଧରି ଲାଗି ରହିଛି । ଗତ ମାର୍ଚ୍ଚ ମାସରେ ଅନୁଭବ ତାଙ୍କର ବାପାଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବା ପାଇଁ ଦିଲ୍ଲୀରୁ ଓଡ଼ିଶା ଆସିଥିଲେ । ବାପାଙ୍କୁ ଦେଖା କରି ସାରିବା ପରେ ଅନୁଭବ ବର୍ଷାଙ୍କ ପାଇଁ ଟ୍ୱିଟ କରିଥିଲେ । ଯଥାସମ୍ଭବ ପାରିବାରିକ ମାମଲାର ଅନ୍ତ ଘଟାଇବା ପାଇଁ ଅନୁଭବ ଟ୍ୱିଟ ମାଧ୍ୟମରେ ବର୍ଷାଙ୍କୁ ଅନୁରୋଧ କରିଥିଲେ ।

ଏ ଦୁନିଆରେ ଅନେକ ସେଲିବ୍ରେଟି, ପ୍ରଶାସନିକ ଅଧିକାରୀଙ୍କର ଛାଡ଼ପତ୍ର ହୋଇଛି । ଖାଲି ସେତିକି ନୁହେଁ, ଅନେକ ନେତା, ଅଭିନେତା ଦ୍ୱିତୀୟ ଓ ତୃତୀୟ ଥର ବିବାହ କରିଛନ୍ତି । ମାତ୍ର ମୋର ଛାଡ଼ପତ୍ର ଇତିହାସ ରଚିବ । ମୁଁ ଯେଉଁ ଛାଡ଼ପତ୍ର ପାଇଁ ଆଇନର ଲଢ଼େଇ ଲଢ଼ୁଛି ସେପରି ଛାଡ଼ପତ୍ର ଏ ଦୁନିଆରେ କେହି କେବେ ଦେଖି ନଥିବେ । ଯିଏ ଛାଡ଼ପତ୍ର ନେବାକୁ ଚାହୁଁନାହାନ୍ତି ତାଙ୍କୁ ନିର୍ଯାତନା ଦିଆଯାଉଛି ବୋଲି ସେ ନିଜେ ଅଭିଯୋଗ କରୁଛନ୍ତି । କାନ୍ଦି କାନ୍ଦି କୋହଭରା ସ୍ୱରରେ ଏପରି କହିଛନ୍ତି ଅନୁଭବ ।

ଅନୁଭବ କହିଛନ୍ତି, ମୁଁ ମୋ ଭଲ ପାଇବାକୁ ବଳି ଦେଇପାରେ, ମାତ୍ର ମୋର ବାପା-ମାଆଙ୍କ ଠାରୁ କେବେ ବି ଦୂରରେ ରହିପାରିବି ନାହିଁ । ଘରର ବଡ଼ପୁଅ ହିସାବରେ ପିତା-ମାତାଙ୍କ ସେବା କରିବା ମୋର ପ୍ରଥମ କର୍ତ୍ତବ୍ୟ । ପରିଣତ ବୟସରେ ମୋର ବାପାଙ୍କର ଦେହ ବାରମ୍ବାର ଖରାପ ହେଉଛି । ମୋତେ ଜନ୍ମ ଦେଇଥିବା ମୋର ଜନ୍ମଦାତ୍ରୀ ମୋ କୋଳରେ ଛୁଆଟିଏ ଦେଖି ପାରିଲେ ନାହିଁ । ନାତି, ନାତୁଣୀଙ୍କ ସହିତ ଟିକିଏ ଖୁସିରେ ସମୟ ବିତାଇ ପାରିଲେ ନାହିଁ । ଏହା ଠାରୁ ବଡ଼ କଷ୍ଟ ମୋ ପାଇଁ ଆଉ କ’ଣ ହୋଇପାରେ ।

Get real time updates directly on you device, subscribe now.