fbpx

ମୋ ଶକ୍ତି ୧୦୦ ଗୁଣ ବଢିଯାଇଛି… ଜେଲ୍ ରୁ ବାହାରି ହୁଙ୍କାର ଦେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ରାୟ ପରେ ତିହାଡ଼ ଜେଲରୁ ବାହାରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଆଜି ସକାଳେ ଆପ୍ ମୁଖ୍ୟଙ୍କୁ ସୁପ୍ରିମକୋର୍ଟ ଜାମିନ୍ ପ୍ରଦାନ କରିଥିଲେ । ଏହାପରେ ବର୍ତ୍ତମାନ ସେ ଜେଲରୁ ବାହାରକୁ ବାହାରିଛନ୍ତି । ଜେଲରୁ ବାହାରିବା ପରେ ସେ ରଣହୁଙ୍କାର ଦେଇଛନ୍ତି । ଜେଲ୍ ବାହାରେ ମନୀଷ ସିସୋଦିଆ ଏବଂ ସଞ୍ଜୟ ସିଂହଙ୍କ ସମେତ ଆମ ଆଦମୀ ପାର୍ଟିର ବଡ଼ ବଡ଼ ନେତାଙ୍କ ସହ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧନ ଦେଇଛନ୍ତି କେଜ୍ରିୱାଲ ।

ସେ କହିଛନ୍ତି ଯେ, ମୁଁ ସତ୍ ପଥରେ ରହିଥିଲି, ତେଣୁ ଭଗବାନ ମଧ୍ୟ ମୋ ସହ ରହିଛନ୍ତି । ଜେଲ୍ ଭିତରେ ମୁଁ ଏହି ଦିନକୁ ଅପେକ୍ଷା କରିଥିଲି । ଏବେ ଜେଲରୁ ବାହାରିବା ପରେ ମୋର ଶକ୍ତି ୧୦୦ ଗୁଣ ବଢିଯାଇଛି ବୋଲି କହି ହୁଙ୍କାର ଦେଇଛନ୍ତି ଆପ୍ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଜେଲରୁ ବାହାରି କେଜ୍ରିୱାଲ କହିଛନ୍ତି ଯେ, ମୋ ଜୀବନ ଦେଶ ପାଇଁ ସମର୍ପିତ ହୋଇଛି । ଜୀବନର ପ୍ରତ୍ୟେକ ମୁହୂର୍ତ୍ତ ଦେଶ ପାଇଁ ସମର୍ପଣ କରିଛି । ଜୀବନରେ ମୁଁ ବହୁତ ବଡ଼ ବଡ଼ ସଂଘର୍ଷ କରିଛି, ଅନେକ ସମସ୍ୟାର ସମାଧାନ କରିଛି । କିନ୍ତୁ ପ୍ରତ୍ୟେକ ସମସ୍ୟାରେ ଭଗବାନ ମୋ ସାଥ୍ ଦେଇଥିଲେ ଏବଂ ଦେଇଛନ୍ତି, କାରଣ ମୁଁ ସତ୍ ପଥରେ ଥିଲି । ଏବେ ଜେଲରୁ ବାହାରିବା ପରେ ମୋର ଶକ୍ତି ମୋର ସାହସ ଓ ଶକ୍ତି ଆହୁରି ୧୦୦ ଗୁଣ ବଢି ଯାଇଛି । ଜେଲ ଭିତରର ନିବୁଜ ଚାରି କାନ୍ଥ ମୋ ଧୈର୍ଯ୍ୟ ଏବଂ ଆତ୍ମବିଶ୍ୱାସ ନଷ୍ଟ କରିପାରିବ ନାହିଁ ବୋଲି କହିଛନ୍ତି କେଜ୍ରିୱାଲ ।

Get real time updates directly on you device, subscribe now.