fbpx

ମମତା ବାନାର୍ଜୀଙ୍କ ପୁତୁରାଙ୍କୁ ଚାପୁଡ଼ା ମାରିଥିବା ବିଜେପି ନେତାଙ୍କ ରହସ୍ୟଜନକ ମୃତ୍ୟୁ, ହତ୍ୟା ନେଇ ବଢ଼ିଲା ସନ୍ଦେହ

ନୂଆଦିଲ୍ଲୀ: ୨୦୧୫ ମସିହାରେ ଏକ ଉତ୍ସବରେ ଦେବାଶିଷ ଆଚାର୍ଯ୍ୟ ନାମକ ଜଣେ ବ୍ୟକ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ତଥା ଟିଏମସି ଏମପି ଅଭିଶେଷ ବାନାର୍ଜୀଙ୍କୁ ଚାପୁଡ଼ା ମାରିଥିଲେ । ଆଜି ଦେବାଶିଷଙ୍କ ରହସ୍ୟଜନକ ମୃତ୍ୟୁକୁ ନେଇ ବିଭିନ୍ନ ଦିଗରୁ ପ୍ରଶ୍ନ ଉଠିଛି । ଗତକାଲି ଦେବାଶିଷଙ୍କୁ କିଛି ଅଜଣା ଲୋକ ମିଦନାପୁରର ତାମୁଲକ ହସ୍ପିଟାଲରେ ଗୁରୁତର ଅବସ୍ଥାରେ ଭର୍ତ୍ତି କରିଥିବା ବେଳେ ଆଜି ତାଙ୍କର ମୃତ୍ୟୁ ଘଟିଛି । ଦେବାଶିଷ ୨୦୦୨ରେ ବିଜେପିରେ ଯୋଗ ଦେଇଥିବା ବେଳେ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ତାଙ୍କ ପରିବାରବର୍ଗ ଅଭିଯୋଗ କରିଛନ୍ତି ।

ପୋଲିସ ସୂତ୍ରରୁ ଜଣାପଡ଼ିଛି ଯେ, ଦେବାଶିଷ ଗତ ୧୬ ତାରିଖ ସନ୍ଧ୍ୟାରେ ତାଙ୍କର ଦୁଇ ସାଙ୍ଗଙ୍କ ସହ ଶେଷଥର ପାଇଁ ବାହାରକୁ ଯାଇଥିଲେ । ଗତକାଲି ତାଙ୍କୁ କିଛି ଅଜଣା ଲୋକ ସକାଳ ୪.୧୦ରେ ହସ୍ପିଟାଲରେ ଭର୍ତ୍ତି କରିବା ସହ ସଙ୍ଗେସଙ୍ଗେ ଚାଲିଯାଇଥିଲେ । ଏହା ମଧ୍ୟ ହତ୍ୟାକାଣ୍ଡ ନେଇ ସନ୍ଦେହ ବଢ଼ାଇବା ସହ ବିଜେପି ଏହା ଏକ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛି । ସୂଚନାଯୋଗ୍ୟ ଯେ, ୨୦୧୫ରେ ଅଭିଶେଷଙ୍କୁ ଚାପୁଡ଼ା ମାରିବା ପରେ ଟିଏମସି କର୍ମୀମାନେ ଦେବାଶିଷଙ୍କୁ ବହୁତ ଧୁଲାଇ କରିଥିଲେ । ଏହାପରେ ଦେବାଶିଷଙ୍କୁ ଗିରଫ କରାଯାଇଥିଲେ ମଧ୍ୟ ଅଭିଶେଷଙ୍କ ହସ୍ତକ୍ଷେପ ପରେ ତାଙ୍କୁ ମୁକ୍ତ କରାଯାଇଥିଲା ।

Get real time updates directly on you device, subscribe now.