fbpx

ସବୁବେଳେ ଗର୍ଭବତୀ ହେବା ଆପଣଙ୍କୁ ପସନ୍ଦ କି ? ଜାଣନ୍ତୁ କଣ କହିଲେ ଅଭିନେତ୍ରୀ ଲିଜା ..

ମୁମ୍ବାଇ: ସେଲିବ୍ରିଟି ହେଉ କିମ୍ବା ଶିଳ୍ପପତି ସେମାନେ ତାଙ୍କ ପ୍ରଂଶସକଙ୍କ ସହ ଯୋଗାଯୋଗରେ ରହିବାକୁ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ୍ ରୁହନ୍ତି । ବିଭିନ୍ନ ପ୍ଲାଟ୍  ଫର୍ମରେ ସେମାନଙ୍କ ବ୍ୟକ୍ତିଗତ ଆଲୋଚନା କରୁଥାନ୍ତି । ଯେଉଁଥିପାଇଁ ସେମାନେ ଫଟୋ କିମ୍ବା ତାଙ୍କର ମନ୍ତବ୍ୟ ନେଇ ଅନଲାଇନ୍ରେ ଟ୍ରୋଲ ମଧ୍ୟ ହୋଇଥାନ୍ତି । ଏଥିମଧ୍ୟରୁ ଏମିତି କିଛି ପ୍ରଶ୍ନକୁ ନେଇ ଟ୍ରୋଲ ହୋଇଛନ୍ତି ଲିଜା ହେଡନ୍ । ଯାହାକୁ ନେଇ ଅଭିନେତ୍ରୀ ଦେଇଛନ୍ତି କଡା ଜବାବ୍ ।

‘ଆୟେଶା’ ଫିଲ୍ମରେ ସୋନମ୍ କପୁରଙ୍କ ସହ ସପୋର୍ଟିଂ ରୋଲରେ ବଲିଉଡ୍ରେ ପାଦ ଥାପି ଥିଲେ ହଟ୍ ଡିଭା ଲିଜା ହେଡନ୍ । ଏହା ପରେ  ଖିଲାଡି ଷ୍ଟାର ଅକ୍ଷୟ କୁମାରଙ୍କ ବିପକ୍ଷରେ ସ୍କ୍ରିନ୍ ସେଆର କରୁଥିବା ଲିଜା ଏବେ ତୃତୀୟ ଥର ପାଇଁ ମା’ ହେବାକୁ ଯାଉଛନ୍ତି । ସେ ଇଣ୍ଡଷ୍ଟ୍ରିର ଜଣେ ୟାମି ‘ମମି’ ଭାବେ ଜଣାଶୁଣା । ୩୫ ବର୍ଷିୟା ଲିଜା ଏକ ସାକ୍ଷାତକାରରେ ନିଜ ତୃତୀୟ ସନ୍ତାନକୁ ଜନ୍ମ ଦେବେ ବୋଲି ଫ୍ୟାନ୍ସକୁ ଜଣାଇଥିଲେ । ଅଧିକାଂଶ ବେଳେ ସେ ତାଙ୍କର ବେବି ବମ୍ପକୁ ନେଇ ଫଟୋ ସେଆର କରିଥାନ୍ତି ।ଏହାର ଏକ ଭିଡିଓ ସେଆର କରି ଲିଜା ନିଜ ପୁଅକୁ ପଚାରୁଛନ୍ତି କି ମମିର ଟମିରେ କଣ ଅଛି ଜାଣିଛ କି.. ତାଙ୍କ ପୁଅ ଏହାର ଉତ୍ତରରେ କହୁଛି.. କି ବେବି ସିଷ୍ଟର । ଗତ କିଛି ଦିନ ପୂର୍ବେ ଲିଜା ସେଆର କରିଥିବା ଏକ ଫଟୋ ଓ ଭିଡିଓ ଖୁବ୍ ଭାଇରାଲ ହୋଇଥିଲା । ଏଥିରେ ଜଣେ ୟୁଜର୍ସ ତାଙ୍କୁ ପଚାରିଥିଲେ କି ଲାଗୁଛି ଆପଣ ସବୁବେଳେ ପ୍ରେଗନେଣ୍ଟ ହେଉଛନ୍ତି । ଏହା କଣ ଆପଣଙ୍କୁ ବହୁତ ପସନ୍ଦ କି ?. ଏହା ଦେଖି ଲିଜା ଜବାବ୍ ଦେଇ କହିଛନ୍ତି କି.. ହଁ ମୋତେ ଗର୍ଭବତୀ ହେବା ବହୁତ ପସନ୍ଦ । ଏହା ଏକ ଖାସ୍ ଅନୁଭବ । କିନ୍ତୁ ଏହା ବହୁତ ହୋଇଗଲା ଆଉ ନୁହେଁ । ତୃତୀୟ ସନ୍ତାନ ପରେ ମୁଁ ମୋ ଜୀବନରେ ଆଗକୁ ବଢିବାକୁ ଚାହୁଁଛି । ଅନ୍ୟ ଜଣେ ୟୁଜର୍ସ ତାଙ୍କ ଉତ୍ତରରେ ପ୍ରବାବିତ ହୋଇ ଲେଖିଥିଲେ , ଲିସା ତୁମ ଠାରୁ ଏହା ଶୁଣିବା ଅତ୍ୟନ୍ତ ଚମତ୍କାର । ତୁମର ଶରୀର ଅତ୍ୟନ୍ତ ସୁନ୍ଦର । ମୁଁ ତୁମର ଗର୍ଭଧାରଣର ଫଟୋକୁ ଖୁବ୍ ଭଲ ପାଏ ।

୧୯୮୬ ମସିହାରେ ଚେନ୍ନାଇରେ ଜନ୍ମ ଗ୍ରହଣ କରିଥିବା ଲିଜାଙ୍କ ପୂରା ନାମ ହେଉଛି ଏଲିଜାବେଥ ମେରୀ ହେଡେନ୍ । ତାଙ୍କ ବାପା ତାମିଲ ହୋଇଥିବା ବେଳେ ତାଙ୍କ ମା ଅଷ୍ଟ୍ରେଲିଆନ । ସେ ବଲିଉଡ୍ ପାଦ ଥାପିବା ଆଗରୁ ଟପ୍ ମଡେଲ ଥିବା ଲିଜା ୨୦୧୬ରେ ଡିନୋ ଲାଲବାନୀଙ୍କୁ ବିବାହ କରିଥିଲେ । ୨୦୧୭ରେ ସେ ପ୍ରଥମ ଥର ପାଇଁ ମା ହୋଇଥିଲେ । ଏହା ସହ ଲିଜା ୨୦୨୦ରେ ଦ୍ୱିତୀୟ ସନ୍ତାନର ମା ହୋଇଥିଲେ । ପ୍ରଥ ସନ୍ତାନ ଓ ଦ୍ୱିତୀୟ ସନ୍ତାନ ପୁଅ ହୋଇଥିବାରୁ ଏଥର ଲିଜା କନ୍ୟା ସନ୍ତାନ ଦେବେ ବୋଲି ଫ୍ୟାନ୍ସ ମାନଙ୍କୁ ଇସାରା ଦେଇଛନ୍ତି ।

Get real time updates directly on you device, subscribe now.