fbpx

କୃଷକଙ୍କ ପାଇଁ ଖୁସିଖବର ଆଣିଛି ଏହି ରାଜ୍ୟ: ବର୍ଷକୁ ମିଳିବ ୧୦ ହଜାର ଟଙ୍କା

କୋଲକାତା: କରୋନା କାଳରେ ଶିକ୍ଷାଠାରୁ ଆରମ୍ଭ କରି କୃଷିକ୍ଷେତ୍ର ପର୍ଯ୍ୟନ୍ତ, ସବୁଥିରେ ସମସ୍ୟା ସୃଷ୍ଟି ହୋଇଛି । ଏହାରି ମଧ୍ୟରେ ପଶ୍ଚିମବଙ୍ଗ ସରକାର କୃଷକମାନଙ୍କ ପାଇଁ ବଡ ଘୋଷଣା କରିଛନ୍ତି । ରାଜ୍ୟର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଟ୍ୱିଟ କରି କହିଛନ୍ତି ଯେ, କୃଷକଙ୍କୁ ମିଳୁଥିବା ଆର୍ଥିକ ସହାୟତାକୁ ଦ୍ୱିଗୁଣ କରାଯାଇଛି । କୃଷକ ବନ୍ଧୁ ଯୋଜନା ଅଧିନରେ ଏହି ନିଷ୍ପତ୍ତି ନିଆଯାଇଛି, ଯାହାକୁ ପଶ୍ଚିମବଙ୍ଗ ସରକାର ପୁଣି ଲଞ୍ଚ କରିଛନ୍ତି ।

କୁହାଯାଉଛି ଯେ, ଏହି ଯୋଜନା ଅଧୀନରେ କୃଷକମାନଙ୍କୁ ୫ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଦିଆଯାଉଥିଲା, ଯାହାକି ଏବେ ୧୦ ହଜାର ଟଙ୍କାକୁ ବୃଦ୍ଧି ପାଇଛି । ଅନ୍ୟପଟେ କ୍ଷୁଦ୍ରଚାଷୀଙ୍କୁ ୪ ହଜାର ଟଙ୍କାର ସହାୟତା କରିବାକୁ ନିଷ୍ପତ୍ତି ନିଆଯାଇଛି ।

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଟ୍ୱିଟ କରି କହିଛନ୍ତି ଯେ, ‘ମୋତେ କହିବାକୁ ଖୁସି ଲାଗୁଛି ଯେ ପଶ୍ଚିମବଙ୍ଗ ସରକାର କୃଷକ ବନ୍ଧୁ ଯୋଜନାକୁ ପୁଣି ଆରମ୍ଭ କରିବାକୁ ଯାଉଛନ୍ତି । ଏଥିରେ କୃଷକମାନଙ୍କୁ ମିଳୁଥିବା ଆର୍ଥିକ ସହାୟତାକୁ ଦ୍ୱିଗୁଣିତ କରାଯିବ ।’

Get real time updates directly on you device, subscribe now.