fbpx
BSKY SKY
BSKY SKY

(Video) ମାଟି ତଳୁ ଶୁଭୁଛି ଭୟଙ୍କର ଶବ୍ଦ: ଭୟରେ ଲୋକେ ଘରୁ ବାହାରୁ ନାହାନ୍ତି, ରହସ୍ୟ ଖୋଲିବାକୁ ଆରମ୍ଭ ହେବ ଗବେଷଣା

BSKY

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅନେକ ସମୟରେ ବିଭିନ୍ନ ସ୍ଥାନରୁ କିଛି ଅଜବ ଧରଣର ଖବର ସାମ୍ନାକୁ ଆସିଥାଏ । ଏପରି ଘଟଣାକୁ କେହି ସହଜରେ ବିଶ୍ୱାସ କରନ୍ତି ନାହିଁ । ତେବେ ନିକଟରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କେରଳରେ । ରାଜ୍ୟର କୋଟ୍ଟୟମ ଜିଲ୍ଲାର ଗୋଟିଏ ଗାଁର ଲୋକମାନେ ମାଟି ତଳୁ କିଛି ଭୟଙ୍କର ଶବ୍ଦ ଶୁଣିବାକୁ ପାଇଛନ୍ତି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖିବାକୁ ମିଳିଛି ।

ସୂଚନା ମୁତାବକ, କିଛି ସପ୍ତାହ ପୂର୍ବରୁ ଆଖପାଖ ଅଞ୍ଚଳରେ ଏଭଳି ସମାନ ଧରଣର ଶବ୍ଦ ଶୁଣିବାକୁ ମିଳିଥିଲା । ତେବେ ମାଟି ତଳୁ କେବଳ ଏହି ଶବ୍ଦ ହିଁ ଶୁଣାଯାଉଥିଲା, ଆଉ କିଛି ପରିବର୍ତ୍ତନ ଦେଖିବାକୁ ମିଳୁନଥିବା ଗ୍ରାମବାସୀ କହିଥିଲେ । ତେଣୁ ଏନେଇ ଅଧିକ ତଥ୍ୟ ଜାଣିବା ପାଇଁ ଏହା ଉପରେ ଅଧିକ ଗବେଷଣା କରାଯିବ । ଗବେଷଣା ପରେ ପ୍ରକୃତ କଥା ସାମ୍ନାକୁ ଆସିବ ।

ଅନ୍ୟପକ୍ଷରେ ଏନେଇ ବୈଜ୍ଞାନିକମାନେ କହିଛନ୍ତି, ପୃଥିବୀ ବିଜ୍ଞାନ କେନ୍ଦ୍ର (ସିଇଏସ) ଏହାକୁ ନେଇ ଗବେଷଣା କଲେ ଭୂମି ତଳୁ ଆସୁଥିବା ଶବ୍ଦକୁ ନେଇ ଅଧିକ ରହସ୍ୟ ଖୋଲି ପାରିବ । ଏହି ଅଞ୍ଚଳର ମାଟି ତଳୁ କାହିଁକି ଏପରି ଶବ୍ଦ ଆସୁଛି, କ’ଣ ରହିଛି ରହସ୍ୟ ତାହା ପର୍ଦ୍ଦାଫାଶ ନେଇ ସିଇଏସକୁ ଅନୁରୋଧ କରାଯାଇଥିବା ଜଣାପଡ଼ିଛି । ଏହି ଶବ୍ଦକୁ ନେଇ ସ୍ଥାନୀୟ ଅଞ୍ଚଳର ଲୋକମାନେ ଭୟଭୀତ ଅବସ୍ଥାରେ ରହିଛନ୍ତି ।

Get real time updates directly on you device, subscribe now.