fbpx
BSKY SKY
BSKY SKY

ଗୀତିକାର ଜାଭେଦ୍ ଅଖତାର କଲେ ଭବିଷ୍ୟବାଣୀ, ଆମେରିକାର ପୂର୍ବତନ ଫାଷ୍ଟ ଲେଡି ହେବେ ଆଗାମୀ ରାଷ୍ଟ୍ରପତି

BSKY

ୱାଶିଂଟନ୍:ଗୀତିକାର ଜାଭେଦ୍ ଅଖତାର ଏବେ ଆମେରିକା ଗସ୍ତରେ ଅଛନ୍ତି । ଶନିବାର ସେ କହିଛନ୍ତି ଯୁକ୍ତରାଷ୍ଟ୍ର ଆମେରିକାର ପୂର୍ବ ପ୍ରଥମ ମହିଳା ମିସେଲ୍ ଓବାମା ଏକମାତ୍ର ଡେମୋକ୍ରାଟ୍ ପ୍ରାର୍ଥୀ ଅଟନ୍ତି ଯିଏ କି ୨୦୨୪ ରାଷ୍ଟ୍ରପତି ନିର୍ବାଚନରେ ବିଜୟ ହାସଲ କରିପାରିବେ । ତେବେ ଏହି ନିଷ୍କର୍ଷରେ ପହଞ୍ôଚବା ପୂର୍ବରୁ ଜାଭେଦ୍ ଅଖତାର ଆମେରିକାର ବିଭିନ୍ନ ସହରର ବହୁ ଲୋକଙ୍କ ସହ ଏ ବିଷୟରେ ଆଲୋଚନା କରିଛନ୍ତି ।

ଜାଭେଦ୍ ଅଖତାର ନିଜର ଏକ ଟୁଇଟ୍ ରେ କହିଛନ୍ତି, ମୁଁ ଏବେ ଆମେରିକାରେ ଭାରତର ଜଣେ ଲେଖକ ହିସାବରେ ଅବସ୍ଥାନ କରୁଛି ଏବଂ ଏହି କ୍ରମରେ ଆମେରିକାର ବିଭିନ୍ନ ସହର ବୁଲିଛି ଓ ସେମାନଙ୍କ ସହ ଆଳାପ ଆଲୋଚନା କରିଛି । ମୋ ପାଇଁ ଏହା ସ୍ପଷ୍ଟ ହୋଇଯାଇଛି ଯେ, ଆଗାମୀ ରାଷ୍ଟ୍ରପତି ନିର୍ବାଚନ ଜିତିବା ପାଇଁ ଏକମାତ୍ର ଉପଯୁକ୍ତ ପ୍ରାର୍ଥୀ ହେଉଛନ୍ତି ମିସେଲ ଓବାମା । ପ୍ରଥମ ମହିଳା ହେବା ପୂର୍ବରୁ ପୂର୍ବ ରାଷ୍ଟ୍ରପତି ବାରାକ ଓବାମାଙ୍କ ପତ୍ନୀ ମିସେଲ ଓବାମା ଜଣେ ଓକିଲ ଭାବରେ କାମ କରିଛନ୍ତି । ଏହି ସମୟରେ ମିସେଲ ଓବାମା ସମାଜ ସେବା ଉପରେ ନିଜର ଧ୍ୟାନ କେନ୍ଦ୍ରିତ କରିଥିଲେ । ମିସେଲ୍ ଓବାମା ଏକ ୱାର୍କି କ୍ଲାସ ପରିବାରରୁ ଆସିିଛନ୍ତି ।

ଶିକ୍ଷା ଦୀକ୍ଷା ଦୃଷ୍ଟିରୁ ମଧ୍ୟ ସେ ବହୁ ଆଗରେ । ସେ ପ୍ରିନ୍ସଟନ୍ ୟୁନିଭରସିଟି ଓ ହାଭାର୍ଡ ଲ ସ୍କୁଲରୁ ଡିଗ୍ରୀ ହାସଲ କରିଛନ୍ତି । ପ୍ରଥମ ମହିଳା ଥିବା ସମୟରେ ସେ ବେଶ୍ ପ୍ରଭାବଶାଳୀ ଥିଲେ । ୨୦୧୮ରେ ମିସେଲଙ୍କ ସଂସ୍କରଣ “ବିକମିଂ’ ସବୁଠାରୁ ଅଧିକ ବିକ୍ରୀ ହୋଇଥିବା ପୁସ୍ତକ ଭାବରେ ଚହଳ ଖେଳାଇ ଦେଇଥିଲା । ଏହା ଇତିହାସର ସବୁଠାରୁ ଲୋକପ୍ର୍ରିୟ ଆତ୍ମକଥା ପାଲଟିଥିଲା । ହ୍ୱାଇଟ୍ ହାଉସ୍ ରେ ଜୀବନ ଓ ଏହାର ଅନୁଭବକୁ ନେଇ ଏହି ପୁସ୍ତକ ରଚନା କରିଥିଲେ ମିସେଲ୍ ଓବାମା ।

Get real time updates directly on you device, subscribe now.