fbpx
BSKY
BJD YOUTH SKY
BJD MS SKY

ବିଶ୍ୱର ସବୁଠୁ ବଡ଼ ଟ୍ରେନ୍ ଦୁର୍ଘଟଣା: ସୁନାମିରେ ଭାସି ଯାଇଥିଲା ଟ୍ରେନ୍ , ୧୭୦୦ ଲୋକ ପ୍ରାଣ ହରାଇଥିଲେ !

ନୂଆଦିଲ୍ଲୀ : ଓଡିଶା ବାଲେଶ୍ୱରର ଟ୍ରେନ୍ ଦୁର୍ଘଟଣା ଯେମିତି ସାରା ବିଶ୍ୱକୁ ଦୋହଲାଇ ଦେଇଛି । ଏହା ଭାରତର ଦ୍ୱିତୀୟ ବୃହତ୍ତମ ରେଳ ଦୁର୍ଘଟଣା ବୋଲି କୁହାଯାଉଛି । ଏଥିରେ ଏପର୍ଯ୍ୟନ୍ତ ୨୮୮ ଜଣଙ୍କର ମୃତ୍ୟୁ ଘଟିଛି ବୋଲି ସୂଚନା ମିଳିଛି । ଏହାପୂର୍ବରୁ ୧୯୮୧ ମସିହାରେ ବିହାରରେ ଭାରତର ସବୁଠାରୁ ବଡ ରେଳ ଦୁର୍ଘଟଣା ଘଟିଥିଲା ଯେତେବେଳେ ଟ୍ରେନଟି ନଦୀରେ ଖସିପଡିଥିଲା ଏବଂ ଏହି ଦୁର୍ଘଟଣାରେ ପ୍ରାୟ ୮୦୦ ଲୋକଙ୍କର ମୃତ୍ୟୁ ଘଟିଥିଲା। କିନ୍ତୁ ବିଶ୍ୱର ସବୁଠୁ ବଡ ରେଳ ଦୁର୍ଘଟଣା ଅନୁଯାୟୀ ଏହି ସଂଖ୍ୟା ବହୁତ କମ୍ ଅଟେ। ଏହି ଦୁର୍ଘଟଣା ଶ୍ରୀଲଙ୍କାରେ ଘଟିଥିଲା ।

ଏହି ଟ୍ରେନ୍ ଦୁର୍ଘଟଣା ଖ୍ରୀଷ୍ଟମାସର ଗୋଟିଏ ଦିନ ପରେ ଅର୍ଥାତ୍ ୨୬ ଡିସେମ୍ବର ୨୦୦୪ ରେ ଶ୍ରୀଲଙ୍କାରେ ଘଟିଥିଲା । ରିପୋର୍ଟ ଅନୁଯାୟୀ, ସାମୁଦ୍ରାଦେବୀ ନାମକ ଏହି ଟ୍ରେନ୍ କଲମ୍ବୋ ସହରରୁ ଗାଲେ ସହରକୁ ଯାଉଥିଲା। ଏହି ଟ୍ରେନ୍ କଲମ୍ବୋ ଫୋର୍ଟ ଷ୍ଟେସନରୁ ସକାଳ ୬.୩୦ ରେ ଛାଡିଥିଲା । ୧୫୦୦ ଜଣ ଯାତ୍ରୀ ଟିକେଟ୍ ଧାରୀ ଥିଲେ ଏବଂ ଅନ୍ୟମାନେ ବିନା ଟିକେଟରେ ଯାତ୍ରା କରିଥିଲେ । ଏହି ଟ୍ରେନ୍ ସମୁଦ୍ରଠାରୁ ମାତ୍ର ୨୦୦ ମିଟର ଦୂରରେ ଥିବା ଶ୍ରୀଲଙ୍କାର ଦକ୍ଷିଣ-ପଶ୍ଚିମ ଉପକୂଳ ନିକଟ ତେଲୱାଟା ଦେଇ ଯାଉଥିଲା।

ଏହି ସମୟରେ ଏକ ଶକ୍ତ ଭୂକମ୍ପ ଅନୁଭୂତ ହୋଇଥିଲା । ଯାହା ପରେ ଭୟଙ୍କର ସୁନାମୀ ଆସିଥିଲା । ଭୂକମ୍ପରେ ପ୍ରଥମ ଲହରୀ ଆସି ଟ୍ରେନ୍ ରେ ମାଡ ହୋଇଥିଲା । ଟ୍ରେନ୍ ଚାଳକ କୌଣସିମତେ ଗାଡି ଚାଲିବା ଜାରି ରଖିଥିଲେ କିନ୍ତୁ ଦ୍ୱିତୀୟ ଲହରରୁ ବର୍ତ୍ତି ପାରିନଥିଲା ଟ୍ରେନ୍ । ଏହି ଲହର ଏତେ ଶକ୍ତ ଥିଲା ଯେ, ଟ୍ରେନକୁ ଭସାଇ ନେଇଥିଲା । ସେହି ସମୟରେ ଟ୍ରେନ୍ ରେ ପ୍ରାୟ ୨୦୦୦ରୁ ଅଧିକ ଯାତ୍ରୀ ଥିଲେ । ସେମାନଙ୍କୁ ମଧ୍ୟରୁ ୯୦୦ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ୧୫୦ ଜଣଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଥିଲା । ଆଉ ବାକି ମାନେ ସମୁଦ୍ରରେ ଭାସି ଯାଇଥିଲେ । ସେମାନଙ୍କ ମୃତଦେହ ମିଳିନଥିଲା ।

Get real time updates directly on you device, subscribe now.