fbpx
BSKY
BJD YOUTH SKY
BJD MS SKY

ଆସିଲା ଯାଞ୍ଚ ରିପୋର୍ଟ: ସିଗନାଲ୍ ରେ ତ୍ରୁଟି କାରଣରୁ ଘଟିଗଲା ଏତେ ବଡ ଦୁର୍ଘଟଣା

ଭୁବନେଶ୍ୱର:ଓଡିଶାର ବାଲେଶ୍ୱରରେ ଶୁକ୍ରବାର ସନ୍ଧ୍ୟାରେ ହୋଇଥିବା ଭୟାନକ ଟ୍ରେନ୍ ଦୁର୍ଘଟଣାରେ ୨୬୧ ଲୋକଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି । ଏହା ସହିତ ୧୦୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଏହି ସଂଖ୍ୟା ଆଗକୁ ଆହୁରି ବଢିବ ବୋଲି କୁହାଯାଉଛି । ୩ ଗୋଟି ଟ୍ରେନ୍ ପରସ୍ପର ସହ ପିଟି ହେବା ଦ୍ୱାରା ଏହି ଭୟଙ୍କର ଟ୍ରେନ୍ ଦୁର୍ଘଟଣା ହୋଇଛି । ତାମିଲନାଡୁରୁ ହାୱଡା ଯାଉଥିବା କରମଣ୍ଡଳ ଏକ୍ସପ୍ରେସ୍, ଯଶବନ୍ତପୁର ହାୱଡା ସୁପରଫାଷ୍ଟ ଓ ଏକ ମାଲଗାଡି ଏହି ଦୁର୍ଘଟଣାରେ ସାମିଲ ରହିଛି ।

ତେବେ ଏହି ଦୁର୍ଘଟଣାର ମିଳିତ ଯାଞ୍ଚ ରିପୋର୍ଟ ଏବେ ସାମ୍ନାକୁ ଆସିଛି । ଏହି ରିପୋର୍ଟରେ ସିଗନାଲ୍ ରେ ତ୍ରୁଟି କାରଣରୁ ଦୁର୍ଘଟଣା ଘଟିଛି ବୋଲି କୁହାଯାଇଛି । ରିପୋର୍ଟ ଅନୁସାରେ ସିଗନାଲ୍ ମାନିଲାନି କରମଣ୍ଡଳ । ମେନ୍ ଲାଇନ୍ ରେ ଆସିବାକୁ କରମଣ୍ଡଳକୁ ସିଗନାଲ୍ ଥିଲା । ହେଲେ ଅପଲାଇନକୁ ପଶିଆସିଲା କରମଣ୍ଡଳ । ଫଳରେ ମାଲବାହୀ ଟ୍ରେନରେ ପିଟିହେଲା । ଏହାରି ଭିତରେ ଯଶୱନ୍ତପୁର- ହାଓଡା ଏକ୍ସପ୍ରେସ୍ ଆସିଥିଲା ଏବଂ ଲାଇନଚ୍ୟୁତ କରମଣ୍ଡଳ ସହ ମାଡ ହୋଇଥିଲା । ଫଳରେ ଏକ୍ସପ୍ରେସର ୨ କୋଚ୍ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଥିଲା ।ଏଥିରେ ୨୬୧ ଯାତ୍ରୀଙ୍କର ମୃତ୍ୟୁ ହେବା ସହ ୬୦୦ରୁ ଅଧିକ ଯତ୍ରୀ ଆହତ ହୋଇଥିବା ରେଲୱେର ପ୍ରଥମିକ ତଦନ୍ତରୁ ଜଣାପଡିଛି ।

Get real time updates directly on you device, subscribe now.