fbpx
BSKY
BJD SHG SKY
BJD YOUTH SKY

ଭାରତର ଏହି ରହସ୍ୟମୟୀ ସୁଡଙ୍ଗରେ ଗାଏବ ହୋଇଥିଲା ବିଶାଳ ବରଯାତ୍ରୀ, ଲୁଚିରହିଛି କୋଟି କୋଟି ସମ୍ପତ୍ତିର ରତ୍ନ-ଅଳଙ୍କାର

ନୂଆଦିଲ୍ଲୀ: ଆଜିର ଯୁଗରେ ବିଜ୍ଞାନ ଯେତେ ଆଗକୁ ଗଲେ ବି ଅନେକ ରହସ୍ୟରୁ ପରଦା ଉଠିନାହିଁ । ଅନେକ ସ୍ଥାନରେ ବିଜ୍ଞାନ ବି ଫେଲ୍ ମାରିଛି । ଏପରି ଏକ ରହସ୍ୟମୟୀ ସୁଡ଼ଙ୍ଗ ଭାରତରେ ରହିଛି, ଯେଉଁଠି ପୁରା ବରଯାତ୍ରୀ ଗାଏବ ହୋଇଥିଲା । ଆଜି ପର୍ଯ୍ୟନ୍ତ ବରଯାତ୍ରୀଙ୍କର କୌଣସି ସୂଚନା ମିଳିପାରିଲା ନାହିଁ । ହରିୟାଣାର ରୋହତକ ଜିଲ୍ଲାରେ ଏହି ସୁଡ଼ଙ୍ଗ ରହିଛି । ସମଗ୍ର ବିଶ୍ୱରେ ଏହି ଗୁମ୍ଫା ବାୱଡ଼ି ଜ୍ଞାନୀ ଚୋର ନାମରେ ପ୍ରସିଦ୍ଧ ।

ମୋଗଲ କାଳରେ ନିର୍ମାଣ ହୋଇଥିବା ଏହି ଗୁମ୍ଫା ରହସ୍ୟ ପାଇଁ ବେଶ ଜଣାଶୁଣା । କୁହାଯାଏ କି ଏହି ରହସ୍ୟମୟୀ ଗୁମ୍ଫାରେ କୋଟି କୋଟି ଭଣ୍ଡାର ଲୁଚି ରହିଛି । ସେଠାର ଏକ ପଥରରେ ଫାରସୀ ଭାଷାରେ ‘ସ୍ୱର୍ଗର ଝରଣା’ ଲେଖାଯାଇଛି । ଅଭିଲେଖାରେ କୁହାଯାଇଛି ଯେ, ଏହି ଝରଣାକୁ ମୁଗଲ ବାଦଶାହାର ସୁବଦୋର ସୈଦ କଲାଲା ୧୬୫୮-୫୯ ଖ୍ରୀଷ୍ଟାବ୍ଦରେ ନିର୍ମାଣ କରିଥିଲେ ।

କୁହାଯାଉଛି ଯେ ଏଠାରେ ସୁଡଙ୍ଗର ଏକ ଜାଲ ବିଛାଯାଇଛି , ଯାହାକି ଦିଲ୍ଲୀ ଓ ପାକିସ୍ତାନକୁ ଯାଉଛି । ଏହି ବାୱଡିରେ ଗୋଟିଏ କୂଅ ମଧ୍ୟ ରହିଛି । ଏହି କୂଅକୁ ଯିବା ପାଇଁ ୧୦୧ ପାହାଚ ଥିଲା, କିନ୍ତୁ ଏବେ ମାତ୍ର ୩୨ ପାହାଚ ରହିଛି । ୧୯୯୫ ମସିହାରେ ଆସିଥିବା ଭୟଙ୍କର ବାତ୍ୟା ଯୋଗୁଁ ଏହି ଦୁର୍ଗ ବହୁତ କ୍ଷତିଗ୍ରସ୍ତ ହୋଇଥିଲା । ସେଠାକାର ସ୍ଥାନୀୟ ଲୋକଙ୍କର କହିବା ମୁତାବକ, ବ୍ରିଟିଶ କାଳରେ ଏହି ସୁଡ଼ଙ୍ଗ ଦେଇ ଏକ ବରଯାତ୍ରୀ ଦିଲ୍ଲୀ ଯାଉଥିଲା, କିନ୍ତୁ ତାହା ଗାଏବ୍ ହୋଇଗଲା ଯେ ଆଜି ପର୍ଯ୍ୟନ୍ତ ତାହାର ସୂଚନା ମିଳିପାରିଲା ନାହିଁ । ଏହି ବରଯାତ୍ରୀ ନା ଦିଲ୍ଲୀରେ ପହଞ୍ଚିଲା, ନା ଫେରିକି ଆସିଲା । ସେବେଠାରୁ ସୁଡ଼ଙ୍ଗ ଚର୍ଚ୍ଚାର ବିଷୟ ପାଲଟିଛି ।

ଏପରି ଅଘଟଣ ଘଟିବା ପରେ ଏହି ସୁଡ଼ଙ୍ଗକୁ ବନ୍ଦ କରାଯାଇଥିଲା । ଏହା ସହ ଲୋକମାନେ କହିଛନ୍ତି ଯେ, ସେହି ସମୟରେ ଜ୍ଞାନୀ ନାମକ ଜଣେ କୁଖ୍ୟାତ ଚୋର ସେହି ଗୁମ୍ଫାରେ ଲୁଚିରହୁଥିଲା । ଏହି କାରଣରୁ ତାହାକୁ ଜ୍ଞାନୀ ଚୋରର ଗୁମ୍ଫା ବୋଲି କୁହାଯାଉଛି ।

Get real time updates directly on you device, subscribe now.