fbpx

ଓଡ଼ିଶାର ରହସ୍ୟମୟୀ ଗଛ: ଥରେ ଛୁଇଁଦେଲେ ୩-୪ ଦିନ ମଧ୍ୟରେ ମୃତ୍ୟୁ ଘଟିଥାଏ, ଆଜି ବି ଭୟଭୀତ ସ୍ଥାନୀୟ ଲୋକେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିର ସମୟରେ ବିଜ୍ଞାନ ବହୁ ଅଗ୍ରଗତି କରିଥିଲେ ମଧ୍ୟ ଏବେ ବି ଅନେକ ସ୍ଥାନରେ ଲୋକମାନେ ଭୂତପ୍ରେତ ଉପରେ ବିଶ୍ୱାସ କରୁଥିବା ଦେଖାଯାଏ । ତେବେ ଓଡ଼ିଶାରେ ଏଭଳି ଏକ ରହସ୍ୟମୟୀ ଗଛ ରହିଛି । ସେହି ଗଛକୁ ଥରେ ଛୁଇଁଦେଲେ ମୃତ୍ୟୁ ଘଟିଥାଏ ବୋଲି ଲୋକମାନେ କହୁଛନ୍ତି । ସେହି ଗଛରେ ଆତ୍ମା ରହୁଥିବା ନେଇ ଅନେକ କୁହନ୍ତି ।

ରାଜ୍ୟର ଖୋର୍ଦ୍ଧା ଜିଲ୍ଲାର ମଙ୍ଗଳଯୋଡ଼ି ଗ୍ରାମରେ ଏପରି ଏକ ରହସ୍ୟମୟୀ ଗଛ ରହିଛି । ସେହି ଗଛରେ ଜଣେ ଝିଅର ଆତ୍ମା ରହୁଥିବା ସ୍ଥାନୀୟ ବାସିନ୍ଦା କୁହନ୍ତି । କିଛି ଲୋକ ରାତିରେ ଯିବା ସମୟରେ ଗଛରେ ଏକ ଭୁତ ଝୁଲୁଥିବାର ସେମାନେ ଦେଖିଥିବା କହିଥିଲେ । ପରବର୍ତ୍ତୀ ସମୟରେ ଲୋକମାନେ ରାତି ଓ ସନ୍ଧ୍ୟା ସମୟରେ ସେହି ଗଛ ଆଖପାଖ ମାଡ଼ିନଥିଲେ । ସେହି ଗଛକୁ ଥରେ ଛୁଇଁବାର ୩-୪ ଦିନ ମଧ୍ୟରେ ମୃତ୍ୟୁ ହେଉଥିବାର ଲୋକମାନେ କହିଛନ୍ତି ।

ସେହି ଗଛକୁ ଛୁଇଁବା ପରେ ଲୋକମାନଙ୍କର ଜୀବନ ଚାଲିଯାଇଥିବା ଗ୍ରାମବାସୀ କହିଛନ୍ତି । ତେବେ ଏହି ଆତ୍ମା ଗୋଟିଏ ଝିଅର ଶରୀରରେ ପ୍ରବେଶ କରି ୨୧ ଜଣଙ୍କ ଜୀବନ ନନେବା ପର୍ଯ୍ୟନ୍ତ ସେହି ଗଛରେ ରହିଥାଏ ବୋଲି ଗ୍ରାମବାସୀ ବିଶ୍ୱାସ କରନ୍ତି । ଆତ୍ମ ଦ୍ୱାରା ପାଖାପାଖି ୭-୮ ଜଣଙ୍କ ଜୀବନ ଚାଲିଯାଇଥିବା କୁହାଯାଉଛି । ଆତ୍ମା ଭୟରେ ଲୋକମାନେ ଗଛଠାରୁ ୧୦ କିଲୋମିଟର ଆଖାପାଖରେ ନରହି ଦୂରସ୍ଥାନକୁ ଚାଲିଯାଇଥିବାର ଜଣାପଡ଼ିଛି ।

Get real time updates directly on you device, subscribe now.