fbpx
BJD SKY
BJD SKY

‘ଆମେ ଗରିବ ହୋଇପାରୁ କିନ୍ତୁ ବେଇମାନ ନୁହେଁ’, ବିହାର Floor Test ପୂର୍ବରୁ ଜିତନ ରାମ ମାଂଝିଙ୍କ ବୟାନ

BJD

ପାଟନା: ଫେବୃଆରୀ ୧୨ରେ ହେବାକୁ ଥିବା ବିହାର ଫ୍ଲୋର୍ ଟେଷ୍ଟ ପାଇଁ ବିହାର ରାଜନୀତି ବେଶ ସରଗରମ ରହିଛି । ଏଥିପାଇଁ ଶାସକ ଦଳ ଏବଂ ବିରୋଧୀ ଦଳ ନିଜ ନିଜ ବିଧାୟକଙ୍କୁ ଏକତ୍ର କରିବାରେ ବ୍ୟସ୍ତ ଅଛନ୍ତି । ଏଥିମଧ୍ୟରେ ‘ହମ୍ ପାର୍ଟି’ର ମୁଖ୍ୟ ଜିତନ ରାମ ମାଂଝିଙ୍କ ବୟାନକୁ ନେଇ ଚର୍ଚ୍ଚା ହେଉଛି । ଦଳ ପକ୍ଷରୁ ବିଧାୟକଙ୍କ ପାଇଁ ଏକ ହ୍ୱିପ୍ ଜାରି କରାଯାଇଛି ଯେଉଁଥିରେ ଏନ୍‌ଡିଏ ସପକ୍ଷରେ ଭୋଟ ଦେବା ପାଇଁ ବିଧାୟକଙ୍କୁ କୁହାଯାଇଛି ।

ଫେବୃଆରୀ ୧୨ରେ ହେବାକୁ ଥିବା ବିହାର ଫ୍ଲୋର୍ ଟେଷ୍ଟକୁ ନେଇ ‘ହମ୍ ପାର୍ଟି’ର ମୁଖ୍ୟ ଜିତନ ରାମ ମାଂଝି ନିଜ ବୟାନରେ କହିଛନ୍ତି, ‘ଏନ୍‌ଡିଏ ସପକ୍ଷରେ ଭୋଟ୍ ଦେବା ପାଇଁ ଦଳର ବିଧାୟକମାନଙ୍କ ପାଇଁ ଏକ ହ୍ୱିପ୍ ଜାରି କରାଯାଇଛି । ଆମେ ଗରିବ ହୋଇପାରୁ କିନ୍ତୁ ବେଇମାନ ନୁହେଁ । ଏହା ସ୍ପଷ୍ଟ ଯେ ମୁଁ ଯେଉଁଠି ଅଛି ସେଠାରେ ହିଁ ରହିବି ।’ କହିରଖୁଛୁ ଏହି Floor Testରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ସଂଖ୍ୟାଗରିଷ୍ଠତା ପ୍ରମାଣ କରିବାକୁ ହେବ । ଜିତନ ରାମ ମାଂଝିଙ୍କ ଏପରି ବୟାନ ନୀତିଶଙ୍କ ପାଇଁ ଖୁସି ଖବର । ତେବେ ବିହାରରେ ଫ୍ଲୋର ଟେଷ୍ଟ ପୂର୍ବରୁ କୌଣସି ବଡ ଧରଣର ଖେଳ ହେବା ନେଇ ଅନୁମାନ କରାଯାଉଛି । ନିଜେ ତେଜସ୍ୱୀ ଯାଦବ ବିହାରରେ ଏବେ ଅସଲ ଖେଳ ଦେଖିବାକୁ ବାକି ରହିଛି ବୋଲି କହି ରାଜନୈତିକ ଉଷ୍ମତାକୁ ଆହୁରି ବଢାଇ ଦେଇଛନ୍ତି । ସେହିପରି ଜେଡିୟୁ ପ୍ରବକ୍ତା ନୀରଜ କୁମାର କହିଛନ୍ତି ଫ୍ଲୋର ଟେଷ୍ଟରେ ଅସଲ ଖେଳ ହେବ ହିଁ ହେବ । ଏଠାରେ ପ୍ରତି ମୁହୂର୍ତ୍ତରେ କିଛି ରାଜନୈତିକ ଘଟଣା ନଜରକୁ ଆସୁଥିବା ଦେଖି ତେଜସ୍ୱୀ ନିଜର ସମସ୍ତ ବିଧାୟକଙ୍କୁ ପାଟନା ଡକାଇଛନ୍ତି । ବିହାର ବିଧାନସଭାରେ ମୋଟ୍ ୨୪୩ ଆସନରୁ ଆରଜେଡି(୭୯), ବିଜେପି(୭୮), ଜେଡିୟୁ(୪୫), କଂଗ୍ରେସ(୧୯), ଏବଂ ଅନ୍ୟ ଦଳମାନଙ୍କ ପାଖରେ ୧୬ ଜଣ ବିଧାୟକ ଥିବାବେଳେ ହମ୍ ପାର୍ଟିରେ ୪ ଜଣ ବିଧାୟକ ଅଛନ୍ତି ।

Get real time updates directly on you device, subscribe now.