fbpx

କେତେ ଆଗେଇଲା ମନ୍ତ୍ରୀ ନବ ଦାସ ହତ୍ୟା ତଦନ୍ତ ? ଜଷ୍ଟିସ ଦାସଙ୍କୁ ଜଣାଇଲେ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା

ଭୁବନେଶ୍ୱର: ମନ୍ତ୍ରୀ ନବ ଦାସଙ୍କୁ ଜଣେ ପୋଲିସ୍ ଏଏସ୍‌ଆଇ କଣ ପାଇଁ ଗୁଳି ମାରିଲେ ଏଯାଏଁ ସ୍ପଷ୍ଟ ହୋଇ ନଥିଲେ ହେଁ, ଘଟଣାର ତଦନ୍ତ ଆଗେଇ ଚାଲିଛି। ଏସମ୍ପର୍କରେ ତଦାରଖ କରୁଥିବା ଜଷ୍ଟିସ ଦାସଙ୍କ ସିଡିଏ ସ୍ଥିତ ଘରେ ଏଡିଜି ଅରୁଣ ବୋଥ୍ରା ପହଞ୍ଚି ନବ ଦାସ ହତ୍ୟା ମାମଲାର ତଦନ୍ତ ନେଇ ଆଲୋଚନା କରିଛନ୍ତି। ଅନ୍ୟପଟେ ଆଜି ଡିଜି କ୍ୟାମ୍ପ ଅଫସିସରେ ଆଇନ ଶୃଙ୍ଖଳା ଏଡିଜି ଆର.କେ.ଶର୍ମା, ଝାରସୁଗୁଡାରୁ ଫେରିବା ପରେ ଅଫିସରେ ସୁନିଲ ବଂଶଲଙ୍କୁ ଭେଟିଛନ୍ତି। ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ମାମଲାରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିବା ଜଣାପଡିଛି।

ତେବେ ଆଜି ସକାଳୁ ସକାଳୁ କ୍ରାଇମବ୍ରାଞ୍ଚ ଗୋପାଳ ଦାସର ବ୍ରହ୍ମପୁର ଶିଳ୍ପାଂଚଳରେ ଥିବା ଘରେ ପୁଣିଥରେ ଚଢ଼ାଉ କରିଥିଲା। ଏହି ସମୟରେ ଏସବିଆଇ ବ୍ୟାଙ୍କରେ କ୍ରାଇମବ୍ରାଞ୍ଚ ଟିମ୍‌ର ତନାଘନା ବେଳେ ଗୋଟିଏ ବ୍ୟାଙ୍କ ଆକାଉଣ୍ଟ ମିଳିଥିଲା। ଏହାପରେ ମେଡିକାଲ ପରିସରରେ ଥିବା ବ୍ୟାଙ୍କରେ ଚାଲିଛି ତନାଘନା। ଗୋପାଳଙ୍କ ବ୍ୟାଙ୍କ ଆକାଉଣ୍ଟ ସମ୍ପର୍କରେ ଯାଞ୍ଚ କରାଯାଉଥିବା ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଟିମ୍‌।

ତେବେ ଗୋପାଳ ଜଣେ କୋଇଲା ଠିକାଦାରର କାର୍ ଚଢ଼ୁଥିଲା ଖବର ଆସିବା ପରେ ଏହି ଘଟଣାରେ କୋଇଲା ଲିଙ୍କ ନେଇ ମଧ୍ୟ ତଦନ୍ତ ଆରମ୍ଭ ହୋଇଛି। ତେଣୁକରି କାହିଁକି ଗୋପାଳକୁ କାର୍ ଦେଇଥିଲା କୋଇଲା ଠିକାଦାର ଏବଂ ସେମାନଙ୍କ ମଧ୍ୟରେ କିଛି ତାଙ୍କ ନେଣ ଦେଣ ବିଷୟରେ ମଧ୍ୟ କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି। ଏହା ସହିତ ଆଜି ଗୋପାଳର ରିମାଣ୍ଡ ସରୁଥିବାରୁ କ୍ରାଇମବ୍ରାଞ୍ଚ ସାନି ରିମାଣ୍ଡ ଆବେଦନ କରିପାରନ୍ତି। କାରଣ ହତ୍ୟାକାଣ୍ଡର କାରଣ ଖୋଜିବାକୁ ଅଧିକ ଜେରା ସମ୍ଭାବନା ଥିବା କୁହାଯାଉଛି।

Get real time updates directly on you device, subscribe now.