fbpx

କେବଳ ଆଦାନୀ ଗ୍ରୁପ୍ ନୁହେଁ, ୩୬ କମ୍ପାନୀରେ ଲାଗିଛି LIC ଟଙ୍କା; ଛଅ ମାସରେ ୫୮% ହ୍ରାସ ପାଇଲାଣି

ନୂଆଦିଲ୍ଲୀ: ଦେଶର ସବୁଠୁ ବଡ଼ ବୀମା କମ୍ପାନୀ ଭାରତୀୟ ଜୀବନ ବୀମା ନିଗମ(ଏଲ୍‌ଆଇସି)ର ଆଦାନୀ ସମୁହରେ ନିବେଶରୁ ହେଉଥିବା ଲାଭରେ ହ୍ରାସ ପରିଲକ୍ଷିତ ହୋଇଛି । ଆମେରିକାର ରିସର୍ଚ୍ଚ ଫାର୍ମ ହିଣ୍ଡେନ୍‌ବର୍ଗ ରିପୋର୍ଟ ପ୍ରକାଶ ପାଇବା ପରେ ଧରାଶୟୀ ହୋଇଯାଇଛି ଆଦାନୀ ସମୁହର ସେୟାର ମୂଲ୍ୟ । ଯାହାର ପ୍ରଭାବ ନିବେଶକମାନଙ୍କ ଉପରେ ପଡ଼ିଛି ।

ଏଲ୍‌ଆଇସି କେବଳ ଭାରତର ସବୁଠାରୁ ବଡ଼ ବୀମା କମ୍ପାନୀ ନୁହେଁ, ବରଂ ଭାରତୀୟ ସେୟାର ବଜାରରେ ମଧ୍ୟ ବୃହତ ସଂସ୍ଥାଗତ ନିବେଶକ । ହିଣ୍ଡେନ୍‌ବର୍ଗ ରିସର୍ଚ୍ଚ ପ୍ରକାଶ ପାଇବା ପରେ ଆଦାନୀ ସେୟାର ମାଟି କାମୁଡ଼ିବା ସହିତ ଏଲ୍‌ଆଇସିକୁ ମଧ୍ୟ କ୍ଷତି ସହିବାକୁ ପଡ଼ିଛି । ଗତ କିଛି ଦିନ ମଧ୍ୟରେ ଏଲଆଇସି ମୂଲ୍ୟ ହ୍ରାସ ପାଇ ଅଧା ହୋଇଯାଇଛି । ତେବ କେବଳ ଆଦାନୀ ସମୁହ ବଜାର ମୂଲ୍ୟ ହ୍ରାସ କାରଣରୁ ଏଲଆଇସି ମୂଲ୍ୟ ହ୍ରାସ ପାଇ ନାହିଁ । ବରଂ ଏହିଭଳି ୩୬ ଟି କମ୍ପାନୀରେ ଏଲଆଇସି ନିବେଶ କରିଛି ।

ଏଲଆଇସିର ବଜାର ମୂଲ୍ୟ ହ୍ରାସ ପାଇବା ପରେ ଏହା ରାଜନୈତିକ ରୂପ ନେଇ ସାରିଲାଣି । ବିରୋଧୀମାନେ ସଂସଦରେ ଏଲଆଇସିର ନିବେଶ ନିଷ୍ପତିକୁ ଯାଞ୍ଚ କରିବାକୁ ଦାବି କରିଛନ୍ତି । କାରଣ ଏହି ଭଳି ଅନେକ କମ୍ପାନୀ ରହିଛନ୍ତି, ଯେଉଁମାନଙ୍କ ଉପରେ ନିବଶ କରି ଗତ ୬ ମାସରେ ଏଲଆଇସି କ୍ଷତି ସହିଛି ।

ସୂଚନା ଅନୁସାରେ ଏଭଳି ୩୬ ଟି କମ୍ପାନୀ ଅଛି ଯେଉଁଥିରେ ଏଲଆଇସିର ସେୟାର ଅଛି ଏବଂ ଯାହାର ସେୟାର ମୂଲ୍ୟ ଗତ ଛଅ ମାସ ମଧ୍ୟରେ ୨୦ ପ୍ରତିଶତରୁ ଅଧିକ ହ୍ରାସ ପାଇଛି । ତଥାପି, ସେୟାର ମୂଲ୍ୟର ଅସ୍ଥିରତା ମଧ୍ୟ ବାହ୍ୟ କାରଣ ଉପରେ ନିର୍ଭର କରିପାରେ । କିନ୍ତୁ ମାର୍କେଟ ବିଶ୍ଳେଷକମାନେ ବିଶ୍ୱାସ କରନ୍ତି ଯେ ଏହି ସ୍ୱଳ୍ପ ସମୟ ମଧ୍ୟରେ (୬ ଦିନ) ଏଲଆଇସିର ପୁଞ୍ଜି ବିନିଯୋଗର ବିଚାର କରାଯିବା ଉଚିତ ନୁହେଁ କାରଣ ଏଲଆଇସି ଏକ ଦୀର୍ଘକାଳୀନ ନିବେଶକ ଏବଂ ବର୍ଷ ବର୍ଷ ଧରି ବହୁ ଜଣାଶୁଣା କମ୍ପାନୀରେ ବିନିଯୋଗ କରିଆସୁଛି ।

Get real time updates directly on you device, subscribe now.