fbpx

ନାବାଳିକାକୁ ପ୍ରେମ ଜାଲରେ ଫସାଇ ସାଙ୍ଗରେ ଧରି ଚମ୍ପଟ୍ ମାରିଥିଲା ଚିକେନ ବ୍ୟବସାୟ: ଝିଅର ଅପହରଣ ଓ ଦୁଷ୍କର୍ମ ଅଭିଯୋଗ କଲେ ବାପା, ଯୁବକକୁ ଧରିଲା ପୁଲିସ୍

ଗୁଣପୁର (ଓଡ଼ିଶା ଭାସ୍କର): ରାୟଗଡା ଜିଲ୍ଲା ରାମନାଗୁଡା ପୋଲିସ ନାବାଳିକା ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କରିଛି ।। ଉଦ୍ଧାର ନାବାଳିକାକୁ ପରିବାରବର୍ଗଙ୍କୁ ପୋଲିସ ହସ୍ତାନ୍ତର କରିଛି । ଗିରଫ ଅଭିଯୁକ୍ତକୁ ଗୁଣପୁର କୋର୍ଟଚାଲାଣ କରାଯାଇଥିବା ନେଇ ଏସ୍‌ଡିିଓ ଅଜୟ ବାରିକ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଅଭିଯୁକ୍ତ ଅଙ୍ଗଦ ଦାସର ଘର ଗଞ୍ଜାମ ଛତ୍ରପୁର ହୋଇଥିବା ବେଳେ ସେ ରାମନାଗୁଡା ବ୍କକ ଅନ୍ତର୍ଗତ ଅର୍ନ୍ତଝୋଲି ଗ୍ରାମରେ ଦୀର୍ଘ ଦିନ ହେଲା ରହିଆସୁଥିଲା। ସେଠାରେ ସେ ଚିକେନ ବ୍ୟବସାୟ କରୁଥିଲା । ତେବେ ସେହି ଗ୍ରାମର ଜଣେ ୧୩ ବର୍ଷୀୟ ନାବାଳିକାକୁ ପ୍ରେମ ଜାଲରେ ଫସାଇ ଫେରାର ହୋଇଯାଇଥିଲା । ଘଟଣାକୁ ନେଇ ରାମନାଗୁଡା ଫାଣ୍ଡିରେ ନାବାଳିକା ଝିଅର ଅପହରଣ ନେଇ ପିତା ମେ ୨୦ତାରିଖରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା ରୁଜୁ କରିଥିଲେ ।ଏହାପରେ ପୋଲିସ ଛାନଭିନ ତଦନ୍ତ କରି ଗୁଣପୁର ବ୍ଳକ ଜଲତାର ଗ୍ରାମରୁ ନାବାଳିକାକୁ ଉଦ୍ଧାର କରିବା ସହ ଅଭିଯୁକ୍ତ ଯୁବକ ଅଙ୍ଗଦକୁ ଗିରଫ କରିଥିଲେ । ଉଦ୍ଧାର ନାବାଳିକାକୁ ପରିବାରବର୍ଗଙ୍କୁ ପୋଲିସ ହସ୍ତାନ୍ତର କରିଛି । ଗିରଫ ଅଭିଯୁକ୍ତକୁ ଗୁଣପୁର କୋର୍ଟଚାଲାଣ କରାଯାଇଥିବା ନେଇ ଏସ୍‌ଡିିଓ ଅଜୟ ବାରିକ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.