fbpx

ନନ୍ଦନକାନନରେ ଦୁଇ ନୂଆ ଅତିଥି

ଭୁବନେଶ୍ୱର, ୯ା୧୧(ଓଡ଼ିଶା ଭାସ୍କର): ଭୁବନେଶ୍ୱର ସ୍ଥିତ ପ୍ରାଣୀ ଉଦ୍ୟାନ କେନ୍ଦ୍ର ନନ୍ଦନକାନନରେ ଆଉ ଦୁଇ ବାଘ ଛୁଆ ଆଜି ଜନ୍ମ ହୋଇଛନ୍ତି । ସେଠାରେ ଥିବା ଧଳା ବାଘୁଣୀ ସ୍ନେହା ଗର୍ଭରୁ ୨ଟି ବାଘ ଛୁଆ ଜନ୍ମ ହୋଇଛନ୍ତି । ଏହାସହ ନନ୍ଦନକାନନରେ ବାଘ ସଂଖ୍ୟା ୨୭କୁ ବୃଦ୍ଧି ପାଇଛି । ବର୍ତ୍ତମାନ ଧଳା ବାଘ ସଂଖ୍ୟା ୮କୁ ବୃଦ୍ଧି ପାଇଛି । ଏହାସହ ସାଧାରଣ ରଙ୍ଗର ବାଘ ସଂଖ୍ୟା ୧୩ ଅଛନ୍ତି । ନନ୍ଦନକାନନରେ କଳା ବାଘ ସଂଖ୍ୟା ୪ ।

ସେହିପରି କିଛି ମାସ ତଳେ ନନ୍ଦନକାନନରେ ନୂଆ ଅତିଥି ଭାବେ ୮ଟି ଆନାକୋଣ୍ଡା ଆସିଥିଲେ । ଚେନ୍ନାଇରୁ ଆନାକୋଣ୍ଡା ସାପକୁ ଅଣାଯାଇଥିଲା । ୮ଟି ଆନାକୋଣ୍ଡା ମଧ୍ୟରୁ ୨ଜଣଙ୍କର ମୃତ୍ୟୁ ହୋଇଥିଲା । ବର୍ତ୍ତମାନ ପ୍ରାଣୀ ଉଦ୍ୟାନ କେନ୍ଦ୍ରରେ ୬ଟି ଆନାକୋଣ୍ଡା ରହିଛି ।

Get real time updates directly on you device, subscribe now.