fbpx

‘ବ୍ରହ୍ମାସ୍ତ୍ର’: ଅମିତାଭଙ୍କ ପରେ ନାଗାର୍ଜୁନଙ୍କ ଦମଦାର ଅନ୍ଦାଜ, ଆସିଲା ନନ୍ଦୀ ଅବତାରର ପ୍ରଥମ ଲୁକ୍

ମୁମ୍ବାଇ: ଅୟାନ ମୁଖାର୍ଜୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ଫିଲ୍ମ ‘ବ୍ରହ୍ମାସ୍ତ୍ର’ ପାଇଁ ଦର୍ଶକ ବେଶ୍ ଉତ୍ସାହିତ ଅଛନ୍ତି । ସେପଟେ ଧୀରେ ଧୀରେ ଏବେ ଫିଲ୍ମରେ ସବୁ ଚରିତ୍ରଙ୍କ ଉପରୁ ପରଦା ଉଠିବାରେ ଲାଗିଛି । ନିକଟରେ ଫିଲ୍ମରୁ ଅମିତାଭ ବଚ୍ଚନଙ୍କ ଚରିତ୍ର ସାମ୍ନାକୁ ଆସିଥିବାବେଳେ ଏବେ ଫିଲ୍ମରେ ସାଉଥ୍ ସୁପରଷ୍ଟାର ନାଗାର୍ଜୁନଙ୍କ ଦମଦାର ଅନ୍ଦାଜ ସାମ୍ନାକୁ ଆସିଛି । ନନ୍ଦୀ ଅବତାରରେ ନାଗାର୍ଜୁନଙ୍କ ଫାଷ୍ଟ ଲୁକ୍ ସାମ୍ନାକୁ ଆସିଛି । ଫିଲ୍ମର ଟ୍ରେଲର ୧୫ ଜୁନ୍ ରେ ରିଲିଜ୍ ହେବ ।

‘ବ୍ରହ୍ମାସ୍ତ୍ର’ର ପ୍ରଡ୍ୟୁସର କରଣ ଜୋହର ଇନଷ୍ଟାଗ୍ରାମରେ ନାଗାର୍ଜୁନଙ୍କ ଫାଷ୍ଟ ଲୁକ୍ ଜାରି କରିଛନ୍ତି । ଫାଷ୍ଟ ଲୁକ୍ ଶେୟାର କରିବା ସହ ନାର୍ଗାଜୁନ ଫିଲ୍ମରେ ମହାଶକ୍ତିଶାଳୀ ନନ୍ଦୀ ଚରିତ୍ରରେ ନଜର ଆସିବା ନେଇ କହିଛନ୍ତି ।

‘ବ୍ରହ୍ମାସ୍ତ୍ର’ରେ ଅମିତାଭ ବଚ୍ଚନ ପ୍ରୋଫେସର ଅରବିନ୍ଦୁ ଚତୁର୍ବେଦୀ ରୋଲରେ ନଜର ଆସିବେ, ଫିଲ୍ମରେ ବିଗ୍ ବି ଏଭଳି ଗୁରୁ ଚରିତ୍ରରେ ନଜର ଆସିବେ ଯିଏ ପ୍ରଭାସ୍ତ୍ର ଉଠାଇପାରୁଛନ୍ତି । ସେହିପରି ଆଲିଆ ଭଟ୍ଟ ଇଶା ଚରିତ୍ରରେ ଏବଂ ରଣବୀର କପୂର ଶିବା ରୋଲରେ ନଜର ଆସିବେ । ଆଉ ନାଗାର୍ଜୁନ ଜଣେ ପ୍ରତ୍ନତତ୍ତ୍ୱବିତ୍ ଅନୀଶ ବଶିଷ୍ଠଙ୍କ ଚରିତ୍ରରେ ନଜର ଆସିବେ ।

ଅୟାନ ମୁଖାର୍ଜୀଙ୍କ ଏହି ଫିଲ୍ମ ଏବେ ବହୁ ପ୍ରତିକ୍ଷିତ ଫିଲ୍ମ ହୋଇଛି । ୨୦୧୪ ରୁ ଫିଲ୍ମରେ କାମ ଜାରି ରହିଛି ଆଉ ଏବେ ଯାଇ ଫିଲ୍ମ ପୂରା ହୋଇଛି । ଚଳିତ ବର୍ଷ ଡିସେମ୍ବର ୯ ତାରିଖରେ ଫିଲ୍ମ ରିଲିଜ୍ ହେବ । ଫିଲ୍ମ ଧର୍ମା ପ୍ରଡକ୍ସନ ବ୍ୟାନରରେ ନିର୍ମିତ ହେଉଛି । ଫିଲ୍ମକୁ ୫ ଭାରତୀୟ ଭାଷା ହିନ୍ଦୀ, ତାମିଲ, ତେଲୁଗୁ, ମଲୟାଲମ ଏବଂ କନ୍ନଡ଼ ରେ ରିଲିଜ ହେବ ।

Get real time updates directly on you device, subscribe now.