fbpx
BJD
BJD SKY
BJD SKY

ମଝି ଆକାଶରେ ଭାଙ୍ଗିଲା କେବୁଲ କାର: ୧୫୦ ଫୁଟ ଉଚ୍ଚତାରେ ଝୁଲି ରହିଲେ ୧୨ ଜଣ ଯାତ୍ରୀ

BJD

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ନୈନୀତାଲରେ ଆଜି ଏକ ବଡ଼ ଅଘଟଣ ଘଟିଯାଇଛି । ଛଅ ଜଣ ବିଦେଶୀ ପର୍ଯ୍ୟଟକଙ୍କ ସହିତ ମୋଟ ୧୨ ଜଣ ଯାତ୍ରୀଙ୍କୁ ଏକ କେବୁଲ କାର ଯାତ୍ରା କରୁଥିଲା । ତେବେ ମଝି ଆକାଶରରେ ଅଚାନକ କେବୁଲ କାରର ଗୋଟିଏ ଚକ ଭାଙ୍ଗି ଯାଇଥିଲା । ଫଳରେ ଟେକ୍ନିକାଲ ଜନିତ ତ୍ରୁଟି କାରଣରୁ କେବୁଲ କାରଟି ଅଧା ବାଟରେ ଅଟକି ଯାଇଥିଲା । ଅନ୍ୟପକ୍ଷରେ ୧୫୦ ଫୁଟର ଉଚ୍ଚତାରେ କେବୁଲ କାରରେ ଯାତ୍ରୀମାନେ ଏକ ଘଣ୍ଟା ଧରି ଝୁଲି ରହିଥିଲେ । ଏହି ଘଟଣାରେ ଯାତ୍ରୀମାନେ ଅତ୍ୟନ୍ତ ଭୟଭୀତ ହୋଇପଡ଼ିଥିଲେ ।

ତେବେ ଖବର ମୁତାବକ, ୧ ଘଣ୍ଟା ପରେ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା । କେବୁଲ କାରର ଭାଙ୍ଗିଯାଇଥିବା ଚକର ମରାମତି କରାଯିବା ପରେ ପୁଣି କେବୁଲ କାର ଯାତ୍ରା କରିପାରିବ ବୋଲି କୁହାଯାଇଛି । ଯାତ୍ରା ସମୟରେ ଚକ ଭାଙ୍ଗିବାର ଶବ୍ଦ ଅପରେଟର ଶୁଣିଥିଲେ । ଏହାପରେ ସେ ସଙ୍ଗେସଙ୍ଗେ କେବୁଲ କାରଟିକୁ ରୋକି ଦେଇଥିଲେ । ସେହି ସମୟରେ କେବୁଲ କାର ଭିତରେ ୬ ଜଣ ବିଦେଶୀ, ୫ ଜଣ ସ୍କୁଲ ପିଲା ଓ ଜଣେ ଅପରେଟର ରହିଥିଲେ ।

ସମସ୍ତ ବିଦେଶୀ ନାଗରିକ ମାଲଟାର ବାସିନ୍ଦା ବୋଲି ଜଣାପଡ଼ିଛି । କେବୁଲ କାରଟି ଟ୍ରଲି ଷ୍ଟେସନଠାରୁ ପାଖାପାଖି ୧୦୦ ମିଟର ଆଗକୁ ଯିବା ପରେ ଚକ ଖରାପ ହୋଇଥିଲା । ପାଖାପାଖି ୧ ଘଣ୍ଟା ପରେ କେବଲ କାରରେ ଫଶି ରହିଥିବା ସମସ୍ତ ଯାତ୍ରୀଙ୍କୁ ଦଉଡ଼ି ସହାୟତାରେ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା । ଗତ ୨୦୧୩ ମସିହା ଜୁନ ମାସରେ ମଧ୍ୟ ଅନୁରୂପ ଭାବେ ଏକ ଘଟଣା ଘଟିଥିଲା । ସେ ସମୟରେ କେବୁଲ କାରରୁ ୨୧ ଜଣ ପର୍ଯ୍ୟଟକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା ।

Get real time updates directly on you device, subscribe now.