fbpx

ଲକ୍-ଡାଉନରେ ଧର୍ଯ୍ୟହରା ହେଲେ ମହିଳା, ଶେଷରେ ଉଲଗ୍ନ ହୋଇ କଲେ ହଙ୍ଗାମା

ସାରା ବିଶ୍ୱରେ କରୋନା ଭାଇରସ ଯୋଗୁଁ ଲାଗୁ ହୋଇଥିବା ଲକ୍-ଡାଉନକୁ ନେଇ ଲୋକମାନେ ଅସନ୍ତୋଷ ପ୍ରକାଶ କରୁଛନ୍ତି । ଲୋକମାନେ ବାହାରକୁ ଯିବା ପାଇଁ ଚାହୁଁଛନ୍ତି, କିନ୍ତୁ ପ୍ରତିବନ୍ଧକ ଯୋଗୁଁ ଯିବାକୁ ସକ୍ଷମ ହେଉନାହିଁ । ଏହାରି ମଧ୍ୟରେ ସ୍ପେନର ଜଣେ ମହିଳା ପ୍ରଥମେ ଲକ୍-ଡାଉନକୁ ଭାଙ୍ଗିଥିଲେ । ଯେତେବେଳେ ପୋଲିସ ତାଙ୍କୁ ଧରି କୋର୍ଟ ନେଇଥିଲେ, ସେବେ ମହିଳା ଜଣକ ତାଙ୍କର ସମସ୍ତ ବସ୍ତ୍ର କାଢି ପ୍ରବଳ ହଙ୍ଗାମା କରିଥିଲେ ।

ତେବେ ସ୍ପେନରେ ଲକ୍-ଡାଉନକୁ ନେଇ କଠୋର ପଦକ୍ଷେପ ନିଆଯାଇଛି । କାହାକୁ ବାହାରକୁ ଯିବା ପାଇଁ ଅମୁନତି ନାହିଁ । କିନ୍ତୁ ଏହି ୪୧ ବର୍ଷୀୟା ମହିଳା ଘରେ ବସି ଧର୍ଯ୍ୟହରା ହେବାରୁ ଲକ୍-ଡାଉନ୍ ନିୟମ ଭାଙ୍ଗି ବାହାରକୁ ଚାଲିଆସିଥିଲେ । ପରନ୍ତୁ ଏହି ମହିଳା ଜଣକ କିଛି ଭୁଲ୍ କାମ କରିନଥିଲେ । ସେ କେବଳ ଘରୁ ବାହାରି ଟୋରେମୋଲିନୋସ ଅଞ୍ଚଳରେ କାମ କରୁଥିବା ଡାକ୍ତରୀ କର୍ମଚାରୀଙ୍କୁ ଉତ୍ସାହିତ କରିବା ପାଇଁ ରାସ୍ତାରେ କରତାଳି ଦେଇଥିଲେ ।

ଏନେଇ ପୋଲିସ ତାଙ୍କୁ କୋର୍ଟ ନେଇଥିଲେ । କୋର୍ଟରେ ମହିଳାଙ୍କୁ ମଧ୍ୟ ଜାମିନ ମିଳିଥିଲା । କୋର୍ଟରୁ ବାହାରିବା ମାତ୍ରେ ମହିଳା ଜଣକ ନିଜର ପୋଷାକ କାଢି ଉଲଗ୍ନ ଅବସ୍ଥାରେ ହଟ୍ଟଗୋଳ କରିବା ଆରମ୍ଭ କରିଥିଲେ । ଏନେଇ ପୋଲିସ କର୍ମଚାରୀମାନେ ମହିଳାଙ୍କୁ ବାଧ୍ୟତାମୂଳକ ଭାବେ ପୋଷାକ ଗୁଡାଇ ଏକ ଆମ୍ବୁଲାନ୍ସ ସହାୟତରେ ଘରକୁ ପଠାଇଥିଲେ ।

Get real time updates directly on you device, subscribe now.