fbpx
BSKY
BJD SHG SKY
BJD YOUTH SKY

ଏହି ଅକ୍ଷରର ନାମଧାରୀ ବ୍ୟକ୍ତି କ୍ୟାରିୟରରେ ସଫଳ କିନ୍ତୁ ଲଭ୍ ଲାଇଫ୍‌ରେ ବିଫଳ, ଆପଣଙ୍କ ନାମ ଏହି ଅକ୍ଷରରେ ଆସୁନାହିଁ ତ

ଜ୍ୟୋତିଷଶାସ୍ତ୍ରରେ ନାମର ପ୍ରଥମ ଅକ୍ଷର ବ୍ୟକ୍ତିର ଭବିଷ୍ୟତ ଠାରୁ ଆରମ୍ଭ କରି ତା’ର ବ୍ୟକ୍ତିତ୍ୱ ବିଷୟରେ ପୁରା ସୂଚନା ଦେଇଥାଏ । ଏହି କ୍ରମରେ ଆସନ୍ତୁ ଜାଣିବା ଯେଉଁମାନଙ୍କ ନାମର ପ୍ରଥମ ଅକ୍ଷର T  ଓ Y ସେମାନଙ୍କ କ୍ୟାରିୟର ଓ ଲଭ୍ ଲାଇଫ୍ କିପରି ରହିଥାଏ ।
ଜ୍ୟୋତିଷଶାସ୍ତ୍ରରେ ଯେପରି କୁଣ୍ଡଳୀ ଓ ହସ୍ତରେଖାରୁ ବ୍ୟକ୍ତିର ଭବିଷ୍ୟତ ବିଷୟରେ ଜଣାପଡିଥାଏ ସେହିପରି ବ୍ୟକ୍ତିର ନାମର ପ୍ରଥମ ଅକ୍ଷରରୁ ଭବିଷ୍ୟତ ବିଷୟରେ ସୂଚନା ବି ମିଳିପାରିବ । ଏହି କ୍ରମରେ ଆସନ୍ତୁ ଜାଣିବା ଯାହାଙ୍କ ନାମର ପ୍ରଥମ ଅକ୍ଷର ‘ୱାଇ’ ଓ ‘ଟି’ ସେମାନଙ୍କ ବ୍ୟକ୍ତିତ୍ୱ ଓ ଭବିଷ୍ୟତ କିପରି ହୋଇଥାଏ ।
ଏହି ଦୁଇ ଅକ୍ଷର ନାମଧାରୀ ବ୍ୟକ୍ତି ନିଜ କ୍ୟାରିୟର ଠାରୁ ଆରମ୍ଭ କରି ଜୀବନରେ ବହୁ କ୍ଷେତ୍ରରେ ସଫଳତା ହାସଲ କରିଥାନ୍ତି । କିନ୍ତୁ ଏମାନେ ପ୍ରେମ ମାମଲାରେ ପଛରେ ପଡିଯାଆନ୍ତି । ଏହି କ୍ରମରେ ଆସନ୍ତୁ ଏହି ଦୁଇ ଅକ୍ଷର ନାମଧାରୀ ବ୍ୟକ୍ତିଙ୍କ ବ୍ୟକ୍ତିତ୍ୱ, ସ୍ୱଭାବ ଓ ଳଙ୍ ଲାଇଫ୍ ବିଷୟରେ ।
‘ଟି’ ଅକ୍ଷରରେ ଆରମ୍ଭ ହୋଇଥିବା ନାମ:
ଏମାନେ ନିଜ କ୍ୟାରିଅରରେ ବେଶ୍ ସଫଳତା ହାସଲ କରନ୍ତି । ଏମାନଙ୍କ ସ୍ୱଭାବ ବେଶ୍ ଉଚ୍ଚ ହୋଇଥାଏ । ଏମାନେ ଗୋଟିଏ ସ୍ଥାନରେ ବେଶୀଦିନ ରହିପାରନ୍ତି ନାହିଁ । ଏମାନଙ୍କୁ ଯାତ୍ରା କରିବାକୁ ଅଧିକ ପସନ୍ଦ ଲାଗେ । ଏମାନେ ନୂଆ ନୂଆ ଲୋକଙ୍କୁ ଭେଟିବା ଓ ବନ୍ଧୁତା କରିବାକୁ ଭଲ ପାଆନ୍ତି । କିନ୍ତୁ ଲଭ୍ ଲାଇଫ୍‌ରେ ଭାଗ୍ୟ ଏମାନଙ୍କ ସାଥ ଦେଇ ନ ଥାଏ । ପ୍ରେମରେ ବାରମ୍ବାର ଏମାନେ ଧୋକ୍କା ଖାଇଥାନ୍ତି ।
‘ୱାଇ’ ଅକ୍ଷରରେ ଆରମ୍ଭ ହୋଇଥିବା ନାମ:
ଏମାନଙ୍କ ଆତ୍ମବିଶ୍ୱାସ ବେଶ୍ ଦୃଢ ରହିଥାଏ । ଏମାନେ ନିଜ କାମ ନିଜେ କରିବାକୁ ଭଲ ପାଆନ୍ତି । ଏମାନେ ଅନ୍ୟର ସାହାଯ୍ୟ ନେବାକୁ ଭଲ ପାଆନ୍ତି ନାହିଁ । କିନ୍ତୁ ଏମାନେ ଅନ୍ୟକୁ ସହାୟତା କରିବାକୁ ବେଶ୍ ଭଲ ପାଆନ୍ତି । ଏମାନେ ନିଜ କ୍ୟାରିୟରରେ ବେଶ୍ ସଫଳତା ହାସଲ କରିଥାନ୍ତି । ଏମାନଙ୍କ ପାଖରେ ଧନର କୌଣସି ଅଭାବ ରହେ ନାହିଁ । ପ୍ରେମ ମାମଲାରେ ଏମାନଙ୍କ ଭାଗ୍ୟ ବି ସାଥ ଦେଇ ନ ଥାଏ । ଏମାନେ ଯାହାକୁ ପ୍ରେମ କରିଥାନ୍ତି ତାକୁ ବିବାହ କରିପାରି ନ ଥାନ୍ତି ।

Get real time updates directly on you device, subscribe now.