fbpx

ବଢୁଛି ୱାର୍ଲଡକପ୍ କ୍ରେଜ: ବିମାନ ଭଡ଼ା ୩୩ ହଜାର

ନୂଆଦିଲ୍ଲୀ: ୱାର୍ଲଡକପ ପାଇଁ ବର୍ତ୍ତମାନ ଅହମ୍ମଦାବାଦରେ ସବୁ ଦର ଆକାଶ ଛୁଆଁ ହୋଇଛି । ସବୁ ଜିନିଷରେ ପ୍ରାୟ ପାଞ୍ଚ ଗୁଣା ବଢିଛି ବୋଲି ସୂଚନା ମିଳିଛି । ଏହି ସମୟରେ ଅହମ୍ମଦାବାଦକୁ ଯିବା ପାଇଁ ଏବଂ ସେଠାରେ ରହିବା ଦର ଅଧିକ ରହିଛି ।

ସୂଚନା ଅନୁଯାୟୀ, ବର୍ତ୍ତମାନ ଭାରତରେ ୱାର୍ଲଡ କପ କ୍ରେଜ ଦେଖିବାକୁ ମିଳିଛି । ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଅହମ୍ମଦାବାଦ ଷ୍ଟାଡିୟମରେ ୱାର୍ଲଡ କପ ଫାଇନାଲ ମ୍ୟାଚ ଖେଳାଯିବ । ଏହି ମ୍ୟାଚକୁ ଐତିହାସିକ ଏବଂ ସ୍ମରଣୀୟ କରିବା ଲାଗି ବିସିସିଆଇ ପକ୍ଷରୁ ଅନେକ ବ୍ୟବସ୍ଥା କରାଯାଇଛି । ତେବେ ଏହି ଖେଳ ପାଇଁ ସେଠାକାର ବିମାନ ଭଡାକୁ ୫ ଗୁଣିତ କରାଯାଇଛି । କେବଳ ବେଙ୍ଗାଲୁରୁରୁ ଅହମ୍ମଦାବାଦକୁ ଯିବା ବିମାନଭଡ଼ା ୩୩ ହଜାର ଟଙ୍କା ରହିଛି ।

ୱାନ ୱେ ବିମାନ ଭଡ଼ା ୫ହଜାର ୭୦୦ଟଙ୍କା ବଦଳରେ ୩୩ ହଜାର ଟଙ୍କା ହୋଇଛି । ସେଠାରେ ରହିବା ପାଇଁ ଭଡ଼ା ୫୦ ହଜାରରୁ ଆରମ୍ଭ ହୋଇ ୧.୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି । ତେବେ ଖେଳ ପାଇଁ ଏହି ସମସ୍ତ ନିୟମ ସାଧାରଣ ଜନତାଙ୍କ ଉପରେ ଭାରି ପଡିପାରେ ।

Get real time updates directly on you device, subscribe now.