fbpx

ବିଦ୍ୟାଳୟ ଯାଉଥିବା ବେଳେ ଛାତ୍ରୀଙ୍କ ସହ ଗଣଦୁଷ୍କର୍ମ, ଚାରି ଜଣ ଯୁବକ ମିଶି କଲେ ଗ୍ୟାଙ୍ଗ ରେପ୍

ନୂଆଦିଲ୍ଲୀ: ବିଦ୍ୟାଳୟ ଯାଉଥିବା ଛାତ୍ରୀଙ୍କ ସହ ଗ୍ୟାଙ୍ଗ ରେପ୍ ମାମଲା ସାମ୍ନାକୁ ଆସିଛି । ଅଭିଯୋଗ ହୋଇଛି ଯେ, ଛାତ୍ରୀଙ୍କୁ ଚାରି ଜଣ ଯୁବକ ଜୋର ଜବରଦସ୍ତି ଅଟକାଇ ଗଣ ଦୁଷ୍କର୍ମ କରିଛନ୍ତି । ପିଡିତାଙ୍କ ଅଭିଯୋଗ ପରେ ପୋଲିସ ୪ଜଣଙ୍କ ବିରୋଧରେ ଏଫଆଇଆର ପଞ୍ଜୀକରଣ କରିଛି ।

ଦୁଷ୍କର୍ମ ପରେ ସମସ୍ତ ବ୍ୟକ୍ତି ଫେରାର ରହିଛନ୍ତି । ପୋଲିସ ସେମାନଙ୍କୁ ଧରିବା ପାଇଁ ପ୍ରୟାସ ଜାରି ରଖିଛି । ଘଟଣା ପରେ ନାବାଳିକା ଜଣକ ମାନସିକ ଆଘାତ ପାଇଛନ୍ତି । ପୋଲିସ ଦ୍ୱାରା ତାଙ୍କୁ ପଚରାଉଚରା କରାଯାଉଛି । ପିଡିତାଙ୍କ ବାପା କହିଛନ୍ତି ଯେ, ସକାଳ ୯ଟାରେ ତାଙ୍କ ଝିଅ ବିଦ୍ୟାଳୟ ଯିବା ସମୟରେ ଏପରି ଗନଦୁଷ୍କର୍ମ ଘଟିଛି ।

ସୂଚନା ଅନୁସାରେ, ସୁରୁବାର ଦିନ ୧୭ ବର୍ଷୀୟ ନାବାଳିକା ଜଣକ ଘରୁ ବିଦ୍ୟାଳୟକୁ ପଢିବା ପାଇଁ ଯାଉଥିଲା । ଏହି ସମୟରେ ରାସ୍ତାରେ ନାମଯଦ ଯୁବକ ଜଣକ ଛାତ୍ରୀଙ୍କୁ ଜବରଦସ୍ତି କରି ନିଜ ଘରକୁ ନେଇଯାଇଥିଲେ । ସେଠାରେ ସେ ନିଜ ୩ ଜଣ ସାଙ୍ଗଙ୍କ ସହ ମିଶି ନାବାଳିକାକୁ ବଳତ୍କାର କରିଥିଲେ ।

Get real time updates directly on you device, subscribe now.