fbpx

ଆଜିଠୁ ସ୍କୁଲରେ ନାମଲେଖା ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର,୮/୬(ଓଡ଼ିଶା ଭାସ୍କର): ଆଜିଠୁ ସ୍କୁଲରେ ନାମଲେଖା ପ୍ରକ୍ରିୟା ଆରମ୍ଭ ହେବ।ଜୁଲାଇ ୧୫ ଯାଏଁ ଚାଲିବ ନାମଲେଖା ପ୍ରକ୍ରିୟା । ସମସ୍ତ ସରକାରୀ,ଅନୁଦାନପ୍ରାପ୍ତ ଓ ଅଣଅନୁଦାନପ୍ରାପ୍ତ ସ୍କୁଲରେ ନାମଲେଖା ହେବ। କରୋନା କଟକଣା ଭିତରେ କଡ଼ାକଡ଼ି ନିୟମ ପାଳନ ହେବ।

ଅନ୍ୟପଟେ ଆଜିଠୁ ଅଫଲାଇନରେ +୨ ଖାତା ଦେଖା ହେବ।+୨ କଳା ଓ ଧନ୍ଦାମୂଳକ ଖାତାଦେଖା ହେବ । ୬୬ ଟି ମୂଲ୍ୟାୟନ କେନ୍ଦ୍ରରେ ଖାତା ଦେଖିବେ ୧୧ ହଜାର ଅଧ୍ୟାପକ ।

Get real time updates directly on you device, subscribe now.