fbpx

ଡଙ୍ଗାକୁ ଡେଇଁ ବିୟର୍ ପିଉଛି ମାଛ, ଦେଖନ୍ତୁ ଏହି ବିରଳ ଦୃଶ୍ୟ

Advertisement

ବିୟର ପିଉଛି ମାଛ । କଥାଟି ଆପଣଙ୍କୁ ବିଶ୍ୱାସ ନହେଲେ ବି ସତ । ନିକଟରେ ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଗୋଟିଏ ମାଛ କିପରି ଡଙ୍ଗାକୁ ଡେଇଁ ଜଣେ ବ୍ୟକ୍ତିଙ୍କ ହାତରୁ ବିୟର ପିଉଛି, ତାହା ଦେଖିବାକୁ ମିଳିଛି । ଏହି ଭିଡିଓକୁ ଭାରତୀୟ ବନ ଅଧିକାରୀ ସୁଶାନ୍ତ ନନ୍ଦ ସେୟାର କରି କ୍ୟାପସନରେ ଲେଖିଛନ୍ତି ଯେ, ମାଛ ପରି ବିୟର ପିଅନ୍ତୁ । ଦେଖନ୍ତୁ ମାଛ କେତେ ଭାଗ୍ୟଶାଳୀ ଯେ ଗରମ ଦିନରେ ଥଣ୍ଡା ବିୟରର ମଜା ନେଉଛି ।’

ମାଛର ଏପରି ବିୟର ପିଇବା ଭିଡିଓ ଲୋକମାନଙ୍କୁ ବେଶ୍ ପସନ୍ଦ ଆସିଛି । ପ୍ରାୟ ୭ ହଜାରରୁ ଅଧିକ ଲୋ ଏହି ଭିଡିଓକୁ ଦେଖି ସାରିଥିବା ବେଳେ ୭୦୦ରୁ ଅଧିକ ଲାଇକ୍ସ ଓ ୧୦୦ରୁ ଅଧିକ ରିଟ୍ୱିଟ୍ ହୋଇଛି । ତେବେ ଆସନ୍ତୁ ଦେଖିବାକୁ ଏହି ମଜାଳିଆ ଭିଡିଓ..

 

Get real time updates directly on you device, subscribe now.