fbpx

ସକାଳୁ ଉଠିବାକୁ ଅଳସ ଲାଗୁଛି କି ? ତେବେ ଆପଣାନ୍ତୁ ଏହି ଉପାୟ

Advertisement

ଆଜିକାଲି ଟେକ୍‌ନୋଲୋଜି ଯୁଗରେ ସକାଳୁ ଉଠିବା ବଡ ସମସ୍ୟା । ମୋବାଇଲ୍‌, କମ୍ପୁଟର୍‌ ସାମ୍ନାରେ ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ଚେଇଁ ରହୁଥିବା ଲୋକଙ୍କ ପାଇଁ ସକାଳୁ ଉଠିବା ଅସମ୍ଭବ ପରି ଲାଗୁଛି । ଯଦି ବି କିଛି କାମ ପାଇଁ ଆମକୁ ସକାଳୁ ଉଠିବାକୁ ପଡ଼ିଥାଏ ନିଦ କିନ୍ତୁ ସହଜରେ ଛାଡ଼ି ନଥାଏ। ଆଖି ଭାରି ଭାରି ଲାଗିଥାଏ। ମୁଣ୍ଡ ଓଜନିଆ ଲାଗେ। ତେବେ ଆସନ୍ତୁ ଜାଣିବା ଏହି ସମସ୍ୟାକୁ ଦୂରେଇବା ପାଇଁ କିଛିଟା ଉପାୟ..

– ପ୍ରଥମ କଥା ତ ହେଉଛି ସକାଳୁ ଉଠିବା ପାଇଁ ଆମକୁ ପ୍ରଥମେ ରାତିରେ ଶୀଘ୍ର ଶୋଇବାକୁ ପଡ଼ିବ। ସେଥିପାଇଁ ଆପଣ ରାତିରେ ଶୋଇବା ପୂର୍ବରୁ ଏକଦମ ଥଣ୍ଡା ଖିରରେ ଚିନି ମିଶାଇ ପିଅନ୍ତୁ । ଏହା ଦ୍ୱାରା ନିଦ ଗାଢ଼ା ହୋଇଥାଏ ।

– ସକାଳୁ ଉଠୁ ଉଠୁ ଚା ବଦଳରେ ଗରମ ପାଣି ପିଅନ୍ତୁ ।

– ବେଶୀ ଜୋରରେ ଆଲାରାମ ଦେବା ଅପେକ୍ଷା କାନକୁ ଭଲ ଲାଗୁଥିଲା ଗୀତ ବା ରିଙ୍ଗଟୋନ ରଖନ୍ତୁ ।

– ପାରୁଛନ୍ତି ଯଦି ରାତିରେ ଝରକା ଖୋଲା କରି ଶୁଅନ୍ତୁ କିମ୍ବା ଭୋରୁ ଉଠିଥିଲେ ଖୋଲି ଦିଅନ୍ତୁ। ଘର ପୂରା ଅନ୍ଧାରିଆ ରହିଲେ ସମୟ ଜଣାପଡ଼େନି। ସକାଳ ସୂର୍ଯ୍ୟ କିରଣ ଝରକା ଦେଇ ଘରକୁ ପଶିଲେ ନିଦ ଭାଙ୍ଗିବା ସହଜ ହୋଇଥାଏ।

– ସକାଳୁ ଏମିତି କିଛି କାମ ରଖନ୍ତୁ ଯାହା କରିବାକୁ ଆପଣଙ୍କୁ ଖୁବ୍‌ ଭଲ ଲାଗେ। ଆଗ୍ରହ ଥିବା କାମ ରହିଲେ ନିଦ ସହଜରେ ଭାଙ୍ଗି ଯାଇଥାଏ।

– ରାତିରେ ପେଟ ପୂରା ପାଣି ପିଇକରି ଶୁଅନ୍ତ। ଫଳରେ ସକାଳ ହେବା ମାତ୍ରେ ଯେପରି ଆପଣଙ୍କୁ ଜୋର୍‌ ପରିଶ୍ର ଲାଗିବ। ଥରେ ବାଥ୍‌ରୁମ୍‌ ଯାଇ ଫେରିବା ପରେ ଆଉ ଶୋଇବାକୁ ଇଚ୍ଛା ହେବ ନାହିଁ।

Get real time updates directly on you device, subscribe now.