fbpx
BSKY
BJD SHG SKY
BJD YOUTH SKY

Namo Bharat: ଦିଲ୍ଲୀ ମେଟ୍ରୋ ଠାରୁ ଭିନ୍ନ ଅଟେ Rapid Tain, ଜାଣନ୍ତୁ ଏହାର ଟିକଟର ଦାମ ସହିତ ଏହାର ବୈଶିଷ୍ଟ୍ୟ

ନୂଆଦିଲ୍ଲୀ : ଆମ ଦେଶର ଲୋକଙ୍କ ପାଇଁ ପବ୍ଲିକ ଟ୍ରାନ୍ସପୋର୍ଟରେ ବର୍ତ୍ତମାନ ଏକ ନୂଆ ଅଧ୍ୟାୟ ଯୋଡି ହୋଇଯାଇଛି । ଯାହାର ଶୁଭାରମ୍ଭ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା କରାଯାଇଥିଲା । ରାପିଡ ଟ୍ରେନକୁ “ନମୋ ଭାରତ’ ବୋଲି ନାମକରଣ କରାଯାଇଛି । ଆଜି ଏହାର ଯାତ୍ରା ଆରମ୍ଭ ହୋଇଯାଇଛି । ରାପିଡ ରେଳ ମାଧ୍ୟମରେ ଏବେ ଅନ୍ତଃରାଜ୍ୟ ଯାତ୍ରା କରିବା ପାଇଁ ଲୋକକୁ ବହୁତ ସହଜ ଏବଂ ସୁବିଧା ହେବ । ଏହି ରେଳ ସକାଳ ୬ଟାରୁ ଯାତ୍ରା ଆରମ୍ଭ କରି ରାତି ୧୧ଟା ପର୍ଯ୍ୟନ୍ତ ଚାଲିବ । ପ୍ରତ୍ୟେକ ୧୫ ମିନିଟ ବ୍ୟବଧାନରେ ଏହି ରେଳ ଚଳାଚଳ ହେବ । ଏହି ରେଳର ଶୁଭାରମ୍ଭ ଗତକାଲି ହୋଇଥିବା ବେଳେ ଏହାର ଫିଚରକୁ ନେଇ ଲୋକଙ୍କର କୌଣସି ଅଭିଜ୍ଞତା ନାହିଁ । ତେବେ ଆସନ୍ତୁ ଜାଣିବା …..

ରେଳ ଟିକେଟର ଦାମ: ରାପିଡ ରେଳର ସାଧାରଣ କୋଚ ପାଇଁ ୨୦-୫୦ ଟଙ୍କାର ଟିକଟ ରହିଥିବା ବେଳେ ୪୦-୧୦୦ଟଙ୍କା ପର୍ଯ୍ୟନ୍ତ ଟିକଟ ପ୍ରିମିୟମ କୋଚ ପାଇଁ ରଖାଯାଇଛି । ରାପିଡ ରେଳ ଷ୍ଟେସନରେ ଟିକଟ ଭେଣ୍ଡିଙ୍ଗ ମେସିନର ୟୁପିଆଇ ପେମେଣ୍ଟର ସୁବିଧା ବି ଲୋକଙ୍କୁ ମିଳିବ । ଏହା ସହିତ ସ୍ମାର୍ଟ କାର୍ଡ, ଟପ୍‌-ଅପ ୱାଲେଟ, QR ଆଧାରିତ ଟିକଟ ଏବଂ ନେସନାଲ କମନ ମୋବିଲିଟୀ କାର୍ଡର ସୁବିଧା ମଧ୍ୟ ମିଳିବ ।

ରେଳର ଫିଚର : ଏହି ଟ୍ରେନରେ ଲୋକଙ୍କୁ କିଛି ସ୍ୱତନ୍ତ୍ର ଫିଚର ବି ମିଳିବ । ଟ୍ରେନରେ ୱାଇ ଫାଇ ମିଳିବା ସହ ପ୍ରତ୍ୟେକ ସିଟ ପାଇଁ ଚାର୍ଜିଂ ପଏଣ୍ଟ ରହିଛି । ଏହା ବ୍ୟତୀତ ଏହି ରେଳରେ ଡାଏନାମିକ ରୁଟ ମେପ ଡିସପ୍ଲେ ରହିଛି । ତେବେ ହ୍ୱିଲଚେୟାର ବ୍ୟବହାର କରୁଥିବା ବ୍ୟକ୍ତିଙ୍କ ପାଇଁ ଅଲଗା ବ୍ୟବସ୍ଥା କରାଯାଇଛି । ଏଠାରେ ଜରୁରୀକାଳୀନ ଆଲର୍ଟ ମଧ୍ୟ ରହିଛି, ଯାହା ଦ୍ୱାରା ଯାତ୍ରୀ ସିଧା ସଳଖ ଡ୍ରାଇଭର ସହ କଥା ହେଇପାରିବେ । ନମୋ ଭାରତ ରେଳ ୧ ଘଣ୍ଟାରେ ୧୬୦ କିଲୋମିଟର ଅତିକ୍ରମ କରିବ ।

Get real time updates directly on you device, subscribe now.