fbpx

ପୁଣି ଦମ୍ ଦେଖାଇଲା ନେଦରଲାଣ୍ଡସ: ଦକ୍ଷିଣ ଆଫ୍ରିକାକୁ ହରାଇବା ପରେ ଏବେ ଶ୍ରୀଲଙ୍କାକୁ ପାଣି ପିଆଇଲା

ନୂଆଦିଲ୍ଲୀ: ଚଳିତ ବିଶ୍ୱକପରେ ଆଜି ଶ୍ରୀଲଙ୍କା ଓ ନେଦରଲାଣ୍ଡସ ମଧ୍ୟରେ ଅନୁଷ୍ଠିତ ମ୍ୟାଚରେ ୭ମ ଓ ୮ମ ନମ୍ବର ବ୍ୟାଟ୍ସମ୍ୟାନଙ୍କ କମାଲ ଦେଖିବାକୁ ମିଳିଛି । ଶ୍ରୀଲଙ୍କା ତୁଳନାରେ ଦୁର୍ବଳ ଦଳ ଭାବେ ବିବେଚିତ ହେଉଥିବା ନେଦରଲାଣ୍ଡ ୯୧ରେ ୬ଟି ୱିକେଟ ହରାଇ ସଙ୍କଟରେ ପଡ଼ିଥିଲେ ହେଁ ଦଳୀୟ ସ୍କୋର ୨୫୦ ଟପିଥିଲା । ଏହା ପୂର୍ବରୁ ଗତ ୧୭ ତାରିଖରେ ନେଦରଲାଣ୍ଡାସ ଦକ୍ଷିଣ ଆଫ୍ରିକା ପରି ଏକ ବଡ଼ ଦଳ ବିପକ୍ଷରେ ୩୮ ରନରେ ବିଜୟ ହାସଲ କରି ଚଳିତ ବିଶ୍ୱକପରେ ଏକ ବିପର୍ଯ୍ୟୟ ସୃଷ୍ଟି କରିଥିଲା ।

ଟସ୍ ଜିତି ନେଦରଲାଣ୍ଡସ ପ୍ରଥମେ ବ୍ୟାଟିଂ ଆରମ୍ଭ କରିଥିଲା । ଦଳୀୟ ସ୍କୋର ୭ ହୋଇଥବା ବେଳେ ଦଳ ବିକ୍ରମଜିତଙ୍କ ୱିକେଟ ହରାଇଥିଲା । ଏହାପରେ ଗୋଟିକ ପରେ ଗୋଟିଏ ୱିକେଟ ପଡ଼ିବାରେ ଲାଗିଥିଲା । ୨୧ ଓଭର ବେଳକୁ ଦଳୀୟ ସ୍କୋର ୯୧ ହୋଇଥିବା ବେଳେ ଦଳ ତା’ର ଅର୍ଦ୍ଧାଧିକ ୱିକେଟ ଅର୍ଥାତ ୬ଟି ୱିକେଟ ହରାଇ ଏକ ପ୍ରକାର ଆତ୍ମସମର୍ପଣ କରିଦେଇଥିଲା ।

ମାତ୍ର ଏହାପରେ ସାତ ନମ୍ବର ବ୍ୟାଟ୍ସମ୍ୟାନ ସାଇବ୍ରାଣ୍ଡ ଏଞ୍ଜେଲବ୍ରେଚେଟ (୭୦) ଓ ଭାନ ବିକ (୫୯) ରନ୍ ସଂଗ୍ରହ କରି ଦଳକୁ ବଡ଼ ସଙ୍କଟରୁ ଉଦ୍ଧାର କରିଥିଲେ । ଦଳ ନିର୍ଦ୍ଧାରିତ ୪୯.୪ ଓଭରରେ ୨୬୨ ରନ୍ ସଂଗ୍ରହ କରି ଅଲଆଉଟ୍ ହୋଇଯାଇଥିଲା । ଦଳ ପ୍ରାରମ୍ଭିକ ସଙ୍କଟରେ ପଡ଼ିଥିଲେ ହେଁ ଏହି ଦୁଇ ବ୍ୟାଟ୍ସମ୍ୟାନଙ୍କ ପାଇଁ ଦଳ ଏକ ସମ୍ମାନଜନକ ସ୍କୋର ଛିଡ଼ା କରିବାକୁ ସକ୍ଷମ ହୋଇପାରିଥିଲା । ଶ୍ରୀଲଙ୍କା ପକ୍ଷରୁ ଦିଲସାନ ମୁଦୁଶଙ୍କା ଓ କସୁନ ରଜିଥା ଉଭୟେ ୪ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ ।

Get real time updates directly on you device, subscribe now.