fbpx

ନନ୍ଦନକାନନରେ କଲରାପତରିଆ ବାଘର ମୃତ୍ୟୁ

ଭୁବନେଶ୍ୱର, ୧୮ା୩(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱର ସ୍ଥିତ ପ୍ରାଣୀଉଦ୍ୟାନ କେନ୍ଦ୍ର ନନ୍ଦନକାନନରେ ଆଜି ୧୬ବର୍ଷୀୟ କଲରାପତରିଆ ବାଘ ସୁରଜର ମୃତ୍ୟୁ ଘଟିଛି । ବ୍ଲଡ଼ ପ୍ରୋଟଜନ୍ ରୋଗରେ ବାଘ ସୁରଜର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଗଞ୍ଜାମ ଭଞ୍ଜନଗରରୁ ଉଦ୍ଧାର ହୋଇ ନନ୍ଦନକାନନ ଆସିଥିଲା ସୁରଜ । କଲରାପତରିଆ ବାଘ ସୁରଜର ମୃତ୍ୟୁ ପରେ ନନ୍ଦନକାନନରେ କଲରାପତରିଆ ବାଘ ସଂଖ୍ୟା ୫କୁ ହ୍ରାସ ପାଇଛି ।

ଅନ୍ୟପଟେ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆଜି ୪ଟି ଏସୀୟ ସିଂହ ଆସିଛନ୍ତି । ଛତିଶଗଡ ସ୍ଥିତ ବିଳାସପୁର କାନନ ପେଣ୍ଡାରି ଚିଡ଼ିଆଖାନାରୁ ସିଂହକୁ ଅଣାଯାଇଛି । ୪ଟି ସିଂହ ଆସିବା ପରେ ନନ୍ଦନକାନନରେ ସିଂହ ସଂଖ୍ୟା ୧୫କୁ ବୃଦ୍ଧି ପାଇଛି । ନନ୍ଦନକାନନରେ ୮ଟି ସିଂହ ଓ ୭ଟି ସିଂହୀ ଅଛନ୍ତି ।

Get real time updates directly on you device, subscribe now.