fbpx

ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ନନ୍ଦନକାନନ ଓ ବଟାନିକାଲ ଗାର୍ଡେନ: ମାସ ଶେଷ ପର୍ଯ୍ୟନ୍ତ ବଣଭୋଜି ମନା

ବାରଙ୍ଗ(ଭାସ୍କର ନ୍ୟୁଜ୍‌): ଆଜିଠୁ କୋଭିଡ କଟକଣା ଭିତରେ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ଉଦ୍ଭିଦଉଦ୍ୟାନ । ଏଠାରେ ପର୍ଯ୍ୟଟକ ଓ କର୍ମଚାରୀ ସମସ୍ତଙ୍କ ପାଇଁ ମାସ୍କ ସାମାଜିକ ଦୂରତା ଅନିର୍ବାର୍ଯ୍ୟ କରାଯାଇଛି । ବୁଲି ଆସିବାକୁ ଚାହୁଁ ଥିବା ପର୍ଯ୍ୟଟକ କଟକଣା ନିୟମ ପାଳନ କରି ଉଭୟ ଉଦ୍ୟାନରେ ବୁଲି ପାରିବେ । ହେଲେ ବଟାନିକାଲ ଗାର୍ଡେନ ମଧ୍ୟରେ ଚଳିତ ଜାନୁୟାରୀ ମାସ ଶେଷ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ଲାଗି ଭୋଜିଭାତ ବନ୍ଦ ରଖାଯାଇଛି ।

ସୂଚନା ଯୋଗ୍ୟ ନୂଆବର୍ଷ ଅବସରରେ ଅଧିକ ପର୍ଯ୍ୟଟକ ଆସିବାର ସମ୍ଭାବନା ଥିବାରୁ ଭିଡକୁ ଆଖି ଆଗରେ ରଖି ପର୍ଯ୍ୟଟକ ଓ ପଶୁପକ୍ଷୀଙ୍କ ସୁରକ୍ଷା ଲାଗି କତୃପକ୍ଷ କୋଭିଡ ମହାମାରୀର ତୃତୀୟ ଲହରୀର ଓମକ୍ରିନ ପାଇଁ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ଉଦ୍ଭିଦ ଉଦ୍ୟାନ ୨୦୨୧ ଡିସେମ୍ବର ୩୦ତାରିଖ ଗୁରୁବାର ଠାରୁ ୨୦୨୨ ଜାନୁୟାରୀ ୩ତାରିଖ ପର୍ଯ୍ୟନ୍ତ ୫ଦିନ ପାଇଁ ବନ୍ଦ ରଖିବାର ନିଷ୍ପତ୍ତି ନେଇଥିଲେ ।

Get real time updates directly on you device, subscribe now.