fbpx

ଦେଶକୁ ପୁଣି ମୋଦିଙ୍କ ମନ୍ତ୍ର: ୫ ଏପ୍ରିଲ ରାତି ୯ ଟାରେ ୯ ମିନିଟ୍ ପାଇଁ ଜଳାନ୍ତୁ ଦୀପ,ମହମବତୀ,ଟର୍ଚ୍ଚ ଓ ମୋବାଇଲ୍ ଫ୍ଲାସ୍ ଲାଇଟ୍

ନୂଆଦିଲ୍ଲୀ,୩/୪: ଦେଶବାସୀଙ୍କୁ ପୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାର୍ତ୍ତା । ଲକ୍ ଡାଉନର ନବମ ଦିନରେ ଦେଶବାସୀଙ୍କୁ ପୁଣି ସମ୍ବୋଧନ କରିଛନ୍ତି । ଘରେ ଥିଲେ ମଧ୍ୟ କେହି ଏକୁଟିଆ ନୁହନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । କରୋନାକୁ ହରାଇବାକୁ ସଙ୍ଗରୋଧ ଆବଶ୍ୟକ ବୋଲି ପୁଣି ଦୋହରାଇଛନ୍ତି । କରୋନା ସଙ୍କଟ ଅନ୍ଧକାର କୁ ଦୂରକରିବାକୁ ଆସନ୍ତା ୫ ଏପ୍ରିଲ୍ ରବିବାର ସମସ୍ତେ ନିଜ ନିଜ ଘରେ ରାତି ୯ ଟାରେ ୯ ମିନିଟ୍ ପାଇଁ ଜଳାନ୍ତୁ ଦୀପ,ମହମବତୀ,ଟର୍ଚ୍ଚ ଓ ମୋବାଇଲ୍ ଫ୍ଲାସ୍ ଲାଇଟ୍ ବୋଲି ପ୍ରଧାନମନ୍ତ୍ରୀ ଆହ୍ୱାନ କରିଛନ୍ତି ।

Get real time updates directly on you device, subscribe now.