fbpx
BSKY SKY
BSKY SKY

ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହେଲେ ରାଜ୍ୟର ପ୍ରଥମ କରୋନା ଆକ୍ରାନ୍ତ

BSKY

ଭୁବନେଶ୍ୱର,୩ ।୪(ଓଡିଶା ଭାସ୍କର): ରାଜ୍ୟର ପ୍ରଥମ କରୋନା ରୋଗୀ ଏବେ ସୁସ୍ଥ । ରୋଗୀ ଜଣଙ୍କର ଇଟାଲୀର ଟ୍ରାଭେଲ ହିଷ୍ଟ୍ରି ରହିଥିଲା । ୩୪ ବର୍ଷୀୟ ଯୁବକଜଣକ ଇଟାଲୀରେ ଉଚ୍ଚଶିକ୍ଷା କରିବା ସହ ପାର୍ଟ ଟାଇମ୍ ଜବ୍ କରୁଥିଲେ । କରୋନା ଚିହ୍ନଟ ହେବା ପରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ୨ ସପ୍ତାହ ଧରି ଚିକିତ୍ସିତ ହେବା ପରେ ସେ ଏବେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି । ତାଙ୍କ ରିପୋର୍ଟ ନେଗେଟିଭ୍ ଆସିବା ପରେ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି । ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଧିବଦ୍ଧ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.