fbpx

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହତ୍ୟା ଧମକ: ମୁମ୍ବାଇ ଟ୍ରାଫିକ ପୋଲିସକୁ ମିଳିଛି ଧମକ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମିଳିଛି ହତ୍ୟା ଧମକ । ଦେଶର ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା ଧମକ ମିଳିଥିବାରୁ ଦେଶରେ ବର୍ତ୍ତମାନ ଚାଞ୍ଚଲ୍ୟ ଖେଳିଯାଇଛି । ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା କରିବା ପାଇଁ ମୁମ୍ବାଇ ଟ୍ରାଫିକ ପୋଲିସକୁ ଧମକ ଦିଆଯାଇଛି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମ୍ପର୍କରେ ମୁମ୍ବାଇ ଟ୍ରାଫିକ ପୋଲିସକୁ ଏକ ଧମକପୂର୍ଣ୍ଣ କଲ୍ ଆସିଥିଲା, ଯାହା ପରେ ଉତ୍ତେଜନା ପ୍ରକାଶ ପାଇଥିଲା । ସେହିପରି କଲ୍ ବ୍ୟତୀତ ମୁମ୍ବାଇ ଟ୍ରାଫିକ ପୋଲିସକୁ ଏକ ଧମକପୂର୍ଣ୍ଣ ମେସେଜ ଆସିଥିଲା । ପ୍ରଧାନମନ୍ତ୍ରୀଙ୍କ ସହ ଜଡ଼ିତ ଏହି ଧମକ ମିଳିବା ପରେ ମୁମ୍ବାଇର ୱର୍ଲି ଥାନାରେ ଏକ ଲିଖିତ ଅଭିଯୋଗ ହୋଇଛି । ସମ୍ପୃକ୍ତ ଘଟଣାରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଏହା ସହିତ ସାଇବର ଟିମ ମଧ୍ୟ ସତର୍କ ରହିଛି ।

ସୂଚନା ଅନୁଯାୟୀ, ପୋଲିସ ଉକ୍ତ ମୋବାଇଲ ନମ୍ବର ଏବଂ ୟୁଜର ଆଇଡିକୁ ଟ୍ରାକ କରିବା ଆରମ୍ଭ କରିଛି । ପୋଲିସ ଟିମ ସତର୍କ ରହିଥିବାବେଳେ ଧମକ ଦେଇଥିବା ବ୍ୟକ୍ତିଙ୍କୁ ଖୋଜିବାରେ ଲାଗି ପଡ଼ିଛି । ଦୋଷୀ ଖୁବଶୀଘ୍ର ଧରା ପଡ଼ିବ ବୋଲି ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.