fbpx

ଇତିହାସ ରଚିଲା ଭାରତ: ନ୍ୟୁଜିଲାଣ୍ଡ ବିପକ୍ଷ T-20 ସିରିଜ୍ ହାତେଇଲା ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ଗସ୍ତରେ ଯାଇଥିବା ଟିମ୍ ଇଣ୍ଡିଆ ଏକ ନୂଆ ରେକର୍ଡ ସ୍ଥାପନ କରିଛି । ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଭାରତ ଟି-୨୦ ସିରିଜ ବିଜୟ ହାସଲ କରିଛି । ସିରିଜର ଅନ୍ତିମ ମ୍ୟାଚ ଆଜି ନାପିୟରରେ ଖେଳାଯାଇଥିଲା । ମାତ୍ର ବର୍ଷା କାରଣରୁ ମ୍ୟାଚ ଅଧାରୁ ବାଧାପ୍ରାପ୍ତ ହୋଇଥିଲ । ଏହାଫଳରେ ଡକୱର୍ଥ ଲୁଇସ୍ (ଡିଏଲଏସ) ନିୟମ ଆଧାରରେ ଭାରତ ୧-୦ରେ ସିରିଜ ହାତେଇବାରେ ସକ୍ଷମ ହୋଇଛି ।

ବିରାଟ କୋହଲି, ରୋହିତ ଶର୍ମାଙ୍କ ପରି ସିନିୟର ଖେଳାଳିଙ୍କୁ ଏହି ସିରିଜରେ ବିଶ୍ରାମ ଦିଆଯାଇଥିବା ବେଳେ ଯୁବ ଖେଳାଳିଙ୍କୁ ସାମିଲ କରାଯାଇଥିଲା । ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ୧୬୦ ରନରେ ଅଲଆଉଟ ହୋଇଯାଇଥିଲା । ଭାରତ ପକ୍ଷରୁ ଅର୍ଶଦୀପ ସିଂହ ଓ ମହମ୍ମଦ ସିରାଜ ଉଭୟେ ସର୍ବାଧିକ ୪ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ । ନ୍ୟୁଜିଲାଣ୍ଡ ପକ୍ଷରୁ ଡେଭନ କନୱେ ଏବଂ ଗ୍ଲେନ ଫିଲିପ୍ସ ଉଭୟେ ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ ।

ଜବାବରେ ଭାରତ ୯ ଓଭରରେ ୭୫ ରନରେ ୪ଟି ୱିକେଟ ଅକ୍ତିଆର ହରାଇଥିଲା । ଇଷାନ କିଶାନ ୧୦, ଋଷଭ ପନ୍ତ ୧୧, ସୂର୍ଯ୍ୟକୁମାର ଯାଦବ ୧୩ ଓ ଶ୍ରେୟସ ଆୟର ୦ ରନ୍ କରି ଆଉଟ୍ ହୋଇଥିଲେ । ଅଧିନାୟକ ପାଣ୍ଡ୍ୟା ୩୦ ଓ ଦୀପକ ହୁଦା ୯ ରନ୍ କରି ଅପରାଜିତ ରହିଥିଲେ । ନ୍ୟୁଜିଲାଣ୍ଡ ପକ୍ଷରୁ ଟିମ୍ ସାଉଦି ସର୍ବାଧକ ୨ଟି ୱିକେଟ ଅକ୍ତିଆର କରିଥିଲେ ।

ଏହି ସିରିଜ ବିଜୟ ପରେ ଭାରତ କ୍ରମାଗତ ଦ୍ୱିତୀୟ ଥର ପାଇଁ ନ୍ୟୁଜିଲାଣ୍ଡରେ ଟି-୨୦ ସିରିଜ ଜିତିବାରେ ସକ୍ଷମ ହୋଇଛି । ଗତ ୨୦୨୦-୨୧ରେ ମଧ୍ୟ ଟିମ୍ ଇଣ୍ଡିଆ ୫-୦ରେ ଟି-୨୦ ସିରିଜ ଜିତିଥିଲା । ଆଜି ବର୍ଷା କାରଣରୁ ମ୍ୟାଚ ଅଧାରୁ ବନ୍ଦ ହୋଇଥିଲା । ତେଣୁ ଡିଏଲଏସ୍ ନିୟମ ଆଧାରରେ ଭାରତକୁ ଏହି ସିରିଜର ବିଜୟୀ ଘୋଷଣା କରାଯାଇଥିଲା ।

Get real time updates directly on you device, subscribe now.