fbpx

ହରସିମରତଙ୍କ ସ୍ଥାନରେ ନରେନ୍ଦ୍ର ସିଂହ ତୋମାର

ନୂଆଦିଲ୍ଲୀ,୧୮/୯: ହରସିମରତଙ୍କ ସ୍ଥାନରେ ନରେନ୍ଦ୍ର ସିଂହ ତୋମାରଙ୍କୁ ଦିଆଯାଇଛି ଅତିରିକ୍ତ ଦାୟିତ୍ୱ । ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ମନ୍ତ୍ରୀ ଭାବେ ତୋମାରଙ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ।

ତେବେ ଗତକାଲି କେନ୍ଦ୍ରମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ହରସିମରତ । ଅନ୍ୟପଟେ ହରସିମରତ କୌର ବାଦଲଙ୍କ ଇସ୍ତଫା ଗୃହୀତ ହାଇଛି । ହରସିମରତଙ୍କ ଇସ୍ତଫାପତ୍ରକୁ ଗ୍ରହଣ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଇସ୍ତଫାପତ୍ର ଗୃହୀତ ନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ସୂଚନା ମିଳିଛି ।

Get real time updates directly on you device, subscribe now.