fbpx

ଦିଲ୍ଲୀ ହିଂସାକାଣ୍ଡ ନେଇ ମୋଦିଙ୍କ ଟ୍ୱିଟ୍

ନୂଆଦିଲ୍ଲୀ, ୨୬ା୨: ଦିଲ୍ଲୀରେ ନାଗରିକତା ସଂଶୋଧନ ଆଇନ ବା ସିଏଏକୁ ନେଇ ଚାଲିଥିବା ହିଂସାକାଣ୍ଡ ଥମିବାର ନା ଧରୁନି । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ କରିଛନ୍ତି । ସେ କହିଛନ୍ତି ହିଂସାକାଣ୍ଡ ନେଇ ପୋଲିସ ଓ ଏଜେନ୍ସି ସୁରକ୍ଷା କାମରେ ଲାଗିଛନ୍ତି । ଦିଲ୍ଲୀର ପରିସ୍ଥିତି ଉପରେ କଡ଼ା ନଜର ରଖାଯାଇଛି । ଏହାସହ ଦିଲ୍ଲୀରେ ଶାନ୍ତି ଓ ଭାଇଚାରା ବଜାୟ ରଖିବା ପାଇଁ ମୋଦି କହିଛନ୍ତି ।
ଦିଲ୍ଲୀର ହିଂସାକାଣ୍ଡରେ ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ସଂଖ୍ୟା ୨୦କୁ ବୃଦ୍ଧି ପାଇଛି । ଏହାସହ ପ୍ରାୟ ୨୦୦ରୁ ଅଧିକ ଗୁରୁତର ଭାବେ ଆହତ ହୋଇ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି । ହିଂସାକାଣ୍ଡ ଘଟିଥିବା ସ୍ଥାନରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହେବା ସହ ଉତ୍ତର-ପୂର୍ବ ଦିଲ୍ଲୀରେ ମାସେ ପାଇଁ ୧୪୪ଧାରା ଜାରି କରାଯାଇଛି । ଏହାସହ ଦିଲ୍ଲୀର ଚାରୋଟି ସ୍ଥାନରେ କର୍ଫ୍ୟୁ ମଧ୍ୟ ଲାଗୁ ହୋଇଛି ।

Get real time updates directly on you device, subscribe now.